ଭୁବନେଶ୍ୱର: ରାଜ୍ୟ ସାଂଗଠନିକ ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ବିଜୁବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଣବ ନିଜ ଅଭିଭାଷଣରେ ବିଜୁବାବୁଙ୍କ ଭଳି ନିର୍ଭିକ ଓ ଭାଷାଭିତ୍ତିକ ରାଜ୍ୟ ଗଠନରେ ଯୁବକ ଓ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ପାରାଦୀପରେ ଏକ ବୃହତ୍ତ ବନ୍ଦର ସ୍ଥାପନ ପାଇଁ ଯେତେବେଳେ ବିଜୁବାବୁ ପଦକ୍ଷେପ ନେଲେ ସେତେବେଳେ କେନ୍ଦ୍ରର ଟାଳଟୁଳ ନୀତି ଯୋଗୁ ବିଳମ୍ବ ହୋଇଥିବା ବେଳେ କିନ୍ତୁ ବିଜୁବାବୁ ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ନିଜ ଲଢୁଆ ମନୋଭାବର ପରିଚୟ ଦେଇଥିଲେ ବୋଲି କହିଥିଲେ ।
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଂଜୟ ଦାସବର୍ମା କହିଥିଲେ, ଦୁଃସାହସିକ ବିଜୁବାବୁଙ୍କ ପାଇଁ ଆମ ରାଜ୍ୟ ଅର୍ଥନୈତିକ ସ୍ୱାଧୀନତା ହାସଲ କରିଛି । ଖଣିଜ ସମ୍ପଦରେ ଭରା ରାଜ୍ୟ କେବେ କେନ୍ଦ୍ର ପାଖରେ ଭିକ୍ଷା ମାଗିନାହିଁ । ଏହି କାର୍ଯ୍ୟକ୍ରମରେ ଦଳର ବହୁ ବିଧାୟକ, ସାଂସଦ, କର୍ମକର୍ତ୍ତା ଯୋଗଦେଇଥିଲେ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ସୁଦାମ ସ୍ୱାଇଁ ଓ ସମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ମହିଳା ଓ ଶିଶୁ ବିଭାଗରେ ଫଳ ବଣ୍ଟନ କରିଥିଲେ ।
previous post