Reporters Today
  • Home
  • ଓଡିଶା
  • କବିସୂର୍ଯ୍ୟ ନଗରରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳିତ
ଓଡିଶା

କବିସୂର୍ଯ୍ୟ ନଗରରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳିତ

ଗଞ୍ଜାମ: ହରପ୍ରସାଦ ବିଷୋୟୀ: ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ କବିସୂର୍ଯ୍ୟ ନଗର ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି ଜ୍ଝଏଥିରେ ମୁଖ୍ୟ ଅତିଥି ରୂପେ କବିସୂର୍ଯ୍ୟ ନଗର ବିଧାୟିକା ଯୋଗ ଦେଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ଜନତା ଦଳର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ ଜ୍ଝବିଜୁ ବାବୁ ଓଡିଶା ବିକାଶର ମହା ନାୟକ ତାଙ୍କ ଦର୍ଶିତ ମାର୍ଗରେ ଓଡିଶାର ଅବିରତ ବିକାଶ ଯାତ୍ରା ଆଗେଇ ଚାଲିଛି ଜ୍ଝଦାରିଦ୍ୟ ଦୂରୀକରଣ ସହିତ ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା ସଶକ୍ତି କରଣ ପଦକ୍ଷେପ ଗ୍ରହଣ କରାଯାଇଛି ଜ୍ଝ୫ଟି ମନ୍ତ୍ର ସହିତ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଜ୍ଝ ବିଜୁ ବାବୁଙ୍କ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବାକୁ ବିଧାୟିକା ଲତିକା ପ୍ରଧାନ ଆହ୍ୱାନ କରିଛନ୍ତି ଜ୍ଝ ଏହି ଜୟନ୍ତୀ ସମାବେଶରେ କବିସୂର୍ଯ୍ୟ ନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ,ବେଗୁନିଆପଡା ବିଜେଡି ସଭାପତି ବିଜୟ କୁମାର ନାୟକ, କବିସୂର୍ଯ୍ୟ ନଗର ପୂର୍ବତନ ନଗରପାଳ ମନୁ ମହାପାତ୍ର,କବିସୂର୍ଯ୍ୟ ନଗର ବ୍ଲକ ଅଧକ୍ଷ,ବିଜୁ ଶ୍ରମିକ ସାମୁଖ୍ୟ ଉପ ସଭାପତି ବିଜୟ କୁମାର ନାୟକଙ୍କ ସମେତ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀର ଅନେକ ବିଜୁ ପ୍ରେମୀ ଉପସ୍ଥିତ ଥିଲେ ଜ୍ଝ

 

Related posts

କୋହଲା ପାଗକୁ ବର୍ଷା

Report

ଛାତ୍ରୀଙ୍କୁ ଅସଦାଚରଣ

Report

୧୧ରୁ ଖୋଲିବ ଓୟୁଏଟି

Report

Leave a Comment