ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ

ଦେଶଦ୍ରୋହ ମାମଲାରେ ଗିରଫ ହୋଇ ୨ ବର୍ଷ କାରାଦଣ୍ଡ ଭୋଗିଥିଲେ ପ୍ରବାଦ ପୁରୁଷ ବିଜୁ ବାବୁ

0

ଭୁବନେଶ୍ୱର : ବେଳେବେ‌‌ଳେ ଏ ଦୁନିଆରେ ଏମିତି ମଣିଷ ଜନ୍ମ ନିଅନ୍ତି ଯେଉଁମାନଙ୍କ କୃତି ଏବଂ କୀର୍ତ୍ତି ପୁରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଏ । ସେହିଭଳି ଜଣେ ଯୋଗଜନ୍ମା ଥିଲେ ସ୍ବର୍ଗତ ବିଜୁ ପଟ୍ଟନାୟକ। ତେବେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ବିକାଶର ପୁରୁଷକୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । ବାଲ୍ୟକାଳରୁ ସେ ଥିଲେ ସାହସୀ ଓ ସ୍ୱଭିମାନୀ । ଦୁଇ ଥର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ମନ୍ତ୍ରୀ ଥିଲେ ବିଜୁ ବାବୁ । ଆଧୁନିକ ଓଡିଶାର ବିନ୍ଧାଣୀ ସେ । ଆଉ ସେ ଥିଲେ ଜଣେ ଦକ୍ଷ ରାଜନେତା ଜ୍ଝ ଓଡିଶା ପାଇଁ ଅତ୍ୟନ୍ତ ସଂବେଦନଶୀଳ ତଥା ଗମ୍ଭୀର ଥିଲା ତାଙ୍କ ଚିନ୍ତା ଧାରା ଜ୍ଝ ବିଜୁବାବୁ ଙ୍କ ଜୀବନ କାଳ ଏତେ ସହଜ ନ ଥିଲା ଜ୍ଝ ଓଡିଶା ଇତିହାସର ପ୍ରତେକ ପୃଷ୍ଠାରେ ରହିଛି ବିଜୁ ବାବୁଙ୍କ ଛାଇ ଜ୍ଝ ଶିଳ୍ପ, ସାହିତ୍ୟ, ଶିକ୍ଷା, ଭିତ୍ତିଭୂମି, ସଡକ, ବନ୍ଦର ଏବଂ ଏପରିକି ରେଳପଥ ଏହି ସମସ୍ତ କ୍ଷେତ୍ରରେ ବିଜୁ ବାବୁଙ୍କ ଆଖି ଦୃଶିଆ ଅବଦାନ ରହିଛି । ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ସେ ଥିଲେ ପ୍ରମୁଖ ଶିଳ୍ପୀ ।

ତେବେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସମାଜର ସାମଗ୍ରିକ ବିକାଶରେ ମହିଳାମାନଙ୍କ ଭାଗୀଦାରିକୁ ବଢ଼ାଇବା ସକାଶେ ୧୯୯୨ ମସିହାରେ ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରାଇଥିଲେ। ଏଣୁ ତାଙ୍କର ଜନ୍ମତିଥିକୁ ସାରା ରାଜ୍ୟରେ ପଞ୍ଚାୟତି ଦିବସ ରୂପେ ପାଳନ କରାଯାଉଛି। ଛାତ୍ର ଜୀବନରୁ ସେ ନିର୍ଭୀକ ଓ ସାହସୀ ଥିଲେ।

ମାତ୍ର ୨୧ ବର୍ଷ ବୟସରେ ଦୁଃସାହାସିକ ବିମାନଚାଳକ ହେବାର ଗୌରବ ଅର୍ଜନ କରିଥିଲେ। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ବ୍ରିଟିଶ ବାୟୁସେନାରେ କାର୍ୟ୍ୟରତ ଥାଇ ସୁଦ୍ଧା, ଭାରତୀୟ ମୁକ୍ତି ଆନ୍ଦୋଳନର ପ୍ରମୁଖ ସେନାନୀଙ୍କୁ ଗୋପନରେ ନେବାଆଣିବା କରୁଥିଲେ ଜ୍ଝ ଏପରିକି ଏହି ଅଭିଯୋଗରେ ଇଂରେଜ ସରକାରଙ୍କ ଦ୍ବାରା ଦେଶଦ୍ରୋହ ମାମଲାରେ ଗିରଫ ହୋଇ ୨ ବର୍ଷ କାରାଦଣ୍ଡ ଭୋଗିଥିଲେ। ଜେଲରୁ ଖଲାସ ହେଲାପରେ ତାଙ୍କ ଜୀବନର ଗତି ବଦଳିଗଲା। ସେ ଅନୁଭବ କଲେ ଗରିବ ହୋଇ ଜନ୍ମ ନେବା ଅପରାଧ ନୁହେଁ। କିନ୍ତୁ ଗରିବ ହୋଇ ବଞ୍ଚିବା ଅପରାଧ। ପ୍ରାକୃତିକ ସଂପଦ ଭରା ନିଜ ଜନ୍ମମାଟି ଓଡ଼ିଶାର ଦାରିଦ୍ର୍ୟ ବ୍ୟଥିତ କଲା।

ଶିଳ୍ପ ପ୍ରତିଷ୍ଠା ଜରିଆରେ ଦାରିଦ୍ର୍ୟ ହଟାଇବା ପାଇଁ ସେ ସଂକଳ୍ପ ନେଲେ। ଆରମ୍ଭ କଲେ ରାଜ୍ୟର ପ୍ରକାଶ ଶିଳ୍ପ ଓ.ଟି.ଏମ୍। ପରେ ପରେ କଳିଙ୍ଗ ଟ୍ୟୁବ୍‌ସ, କଳିଙ୍ଗ ଆଇରନ୍ ୱାର୍କ୍ସ, ଓଡ଼ିଶା ଇଣ୍ଡଷ୍ଟ୍ରିଜ୍। ଆଶ୍ଚର୍ୟ୍ୟଜନକ ଭାବେ ଅଳ୍ପ କେତେ ବର୍ଷରେ ବିଜୁବାବୁ ଜଣେ ବିତ୍ତଶାଳୀ ଖ୍ୟାତି ସଂପନ୍ନ ଶିଳ୍ପୋଦ୍ୟୋଗୀ ଭାବେ ପ୍ରତିଷ୍ଠା ଅର୍ଜନ କଲେ। କିନ୍ତୁ ନିଜେ ଧନୀ ହେବେ ରାଜ୍ୟବାସୀ ଗରିବ ରହିବେ ଏହା ତାଙ୍କୁ ମର୍ମ ବେଦନା ଦେଲା। ରାଜନୀତିକୁ ଲମ୍ପ ପ୍ରଦାନ କଲେ। ତୃତୀୟ ସାଧାରଣ ନିର୍ବାଚନରେ କଂଗ୍ରେସର ଦାୟିତ୍ବ ନେଇ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ‌ହେଲେ। କେବେଳ ସେତିକି ନୁହେଁ ଇଣ୍ତୋନେସିଆର ସ୍ବାଧୀନତା ପ୍ରାପ୍ତିରେ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମିଳିଥିଲା ଇଣ୍ତୋନେସିଆର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଭୂମିପୁତ୍ର’। କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏଁ ଏହି ଟଲ୍ ମ୍ୟାନ ଛାଡ଼ିଯାଇଛନ୍ତି ନିଜ ସାହାସିକତା, ବୁଦ୍ଧିମତା ଓ ଜନନେତାର ଅଲିଭା ପଦଚିହ୍ନ ।