ପୁଲିସ ଏନକାଉଣ୍ଟରରେ ବିକାଶ ଦୁବେ କାନପୁରବାଲାର ନିହତ

0

କାନପୁର: ବିକାଶ ଦୁବେ କାନପୁରବାଲା ବା ୮ ପୁଲିସ କର୍ମଚାରୀଙ୍କ ହତ୍ୟାକାରୀ ଗିରଫଦାରୀର ୨୪ ଘଣ୍ଟା ନ ପୁରୁଣୁ ପୁଲିସ୍‌ ଗୁଳିରେ ନିହତ ହୋଇଛି। ବିକାଶକୁ ଉତ୍ତରପ୍ରଦେଶ ଅଣାଯାଉଥିବା ବେଳେ ରାସ୍ତାରେ ଗାଡି ଓଲଟି ଯାଇଥିଲା । ଏହାର ସୁଯୋଗ ନେଇ ବିକାଶ ପୁଲିସ୍‌ ଠାରୁ ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏପରି କି ଗୁଳି ମଧ୍ୟ ଚଳାଇଥିଲା। ଶେଷରେ ପୁଲିସ୍‌ ନିଜକୁ ରକ୍ଷା କରିବାକୁ ଯାଇ ବିକାଶକୁ ଗୁଳି କରିଥିଲା ଓ ଏଥିରେ ତା’ର ମୃତ୍ୟୁ ଘଟିଛି ବୋଲି ଉତ୍ତର ପ୍ରଦେଶର କାନପୁର ଏସ୍‌ପି(ପଶ୍ଚିମ) କହିଛନ୍ତି।
ଗୁରୁବାର ମଧ୍ୟପ୍ରଦେଶରୁ ଗରଫ ହୋଇଥିବା ବିକାଶ ଦୁବେକୁ ଆଜି ବଡିଭୋରୁ ଉତ୍ତରପ୍ରଦେଶ ଏସଟିଏଫ କାନପୁର ଆଣୁଥିଲା । ପ୍ରବଳ ବର୍ଷା ଯୋଗୁ ବାରା ଅଞ୍ଚଳରେ ପୁଲିସ୍‌ର ଗାଡି ଓଲଟି ପଡ଼ିଥିଲା। ଏହାପରେ ବିକାଶ ଜଣେ ପୁଲିସଙ୍କ ବନ୍ଧୁକ ଛଡାଇ ନେଇ ଘଟଣାସ୍ଥଳରୁ ଦୌଡିବା ସମୟରେ ପୁଲିସ ତାକୁ ଅଟକିବାକୁ ତାଗିଦ କରିବାରୁ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା । ଏହାପରେ ପୁଲିସ ତରଫରୁ ମଧ୍ୟ ଗୁଳି ଚଳାଯାଇଥିଲା, ଯେଉଁଥିରେ ବିକାଶ ଗୁରୁତର ହୋଇ ପଡିଥିଲା । ପୁଲିସ ତୁରନ୍ତ ବିକାଶକୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତରତାକୁ ମୃତ ଘୋଷଣା କରିଥିଲେ । ସକାଳ ୭.୫୫ରେ ବିକାଶର ମୃତୁୃ୍ୟ ଘୋଷଣା କରାଯାଇଛି । ତେବେ ଗତକାଲି ଯେମିତି ନାଟକୀୟ ଢଙ୍ଗରେ ବିକାଶ ଦୁବେ ଧରାପଡିଥିଲା, ଆଜି ଅନୁରୂପ ଭାବେ ତାର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ଗତକାଲି ସମାନ ରୂପେ ବିକାଶର ଦୁଇ ସହଯୋଗୀଙ୍କର ମଧ୍ୟ ପୁଲିସ ଏନକାଉଣ୍ଟର କରିଥିଲା ।