ବାଇକ ସହ ମୁହାଁମୁହିଁ ଧକ୍କା, ୨ ଜଣଙ୍କ ମୃତ୍ୟୁ

0

କେଉଁଝର: ଗୁରୁବାର ଅପରାହ୍ନରେ ଭାରସାମ୍ୟ ହରାଇ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ କେଉଁଝର ଜିଲ୍ଲା ହରିଚନ୍ଦନପୁର ଥାନା ଭଗାମୁଣ୍ଡା ଆଳୁ ଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ହରିଚନ୍ଦନପୁର ଥାନା ସୁନପେଣ୍ଠ ଗ୍ରାମର ଶାନ୍ତୁନୁ ମହାନ୍ତ (୩୫) ଓ ପାଟଣା ବ୍ଲକ ଧାନବେଣି ଗ୍ରାମର ଭଜରାଜ ମହାନ୍ତି ବୋଲି ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସମସ୍ତ ଆହତଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଅଧିକ ଚିକିତ୍ସା ଲାଗି କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଦୁଇଟିକୁ ଉଦ୍ଧାର କରିବା ସହ ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ବର୍ତ୍ତମାନ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।