ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ଓ ବିଜେପି

0

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନରୁ ହିଁ ଶାସକ ଓ ବିରୋଧୀଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ପରେ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦେଇ ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି ଶାସକ ଦଳର ବିଧାୟକ ମାନେ । ଏମଏସପି ପ୍ରସଙ୍ଗ ନେଇ ରାଜଭବନକୁ ପଦଯାତ୍ରା ଆରମ୍ଭ ହୋଇଛି । ଅନ୍ୟପଟେ ଚାଷୀ ପ୍ରସଙ୍ଗ ନେଇ ଗୃହ ଅଚଳ ପରେ ବିଜେପି ବିଧାୟକ ମାନେ ଶୋଭାଯାତ୍ରା କରିଛନ୍ତି । ତେବେବ ବିଧାନସଭା ସାମ୍ନାରେ ଚାଲିଥିବା ସତ୍ୟାଗ୍ରହ ସ୍ଥଳକୁ ବିଜେପିର ସଦସ୍ୟ ଯାଇଛନ୍ତି । ଫସଲ ବୀମା, ଇନପୁଟ ସବସିଡି ଓ ମଣ୍ଡି ଅବ୍ୟବସ୍ଥା ନେଇ ବିଜେପିର ଲୋୟର ପିଏମଜିରେ ବିକ୍ଷୋଭ ।