ପଦ୍ମପୁର : ଆଜି ପଦ୍ମପୁର ଉପନିର୍ବାଚନ ପରୀକ୍ଷା । ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି ।ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୩୧୯ଟି ବୁଥରେ ମତଦାନ ଚାଲିଛି। ତେବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସକାଳେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ସକାଳୁ ନିଜ ବାପା ତଥା ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଫଟୋରେ ମୁଣ୍ଡିଆ ଆଶୀର୍ବାଦ ନେଇଥିଲେ । ଏହା ପରେ ସେ ଏହି ନିର୍ବାଚନ ମଣ୍ଡଳୀର ରଜାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ନିଜ ମତଦାନ କରିଥିଲେ।ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ରଜାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବା ପରେ ମହିଳା ଭୋଟରଙ୍କ ଧାଡ଼ିରେ ଠିଆ ହୋଇଥିଲେ ବର୍ଷା । ପରେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୋଟ ଦାନ କରିବା ପରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଲୋକମାନଙ୍କୁ ବିପୁଳ ମାତ୍ରାରେ ମତଦାନ ପାଇଁ ଅପିଲ କରିଛନ୍ତି। ପଦ୍ମପୁରର ବିକାଶ ପାଇଁ ସମସ୍ତେ ଭୋଟ ଦିଅନ୍ତୁ ବୋଲି ସେ କହିଛନ୍ତି।ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।