ରୁଚିକା ଆତ୍ମହତ୍ୟା ଘଟଣା, ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି

0

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁ ମାମଲା । ନ୍ୟାୟ ଦାବିରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ଉଠାଇ ନେଇଛି । ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ଏକାଧିକ ଯୁବକ ରୁଚିକାଙ୍କ ମାଆ ଝିଅର ନ୍ୟାୟ ପାଇଁ ବିଧାନସଭା ଆଡ଼କୁ ଧସେଇ ପଶିଲା ବେଳେ ଗିରଫ କଲା କମିଶନରେଟ ପୋଲିସ । ଘଟଣାକୁ ୫ ମାସ ବିତି ଯାଇଥିଲେ ବି ଅଭିଯୁକ୍ତକୁ ଗିରଫ କଲାନି ପୋଲିସ ବୋଲି ରୁଚିକା ମାଆ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଚାପରେ ଘଟଣାକୁ କମିଶନରେଟ ପୋଲିସ ଚାପିଦବାକୁ ଉଦ୍ୟମ କରୁଥିବା ରୁଚିକାଙ୍କ ମାଆ ଅଭିଯୋଗ କରିଛନ୍ତି ।