ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀନୀ ଅବନ୍ତୀ ଦାସ

0

ଭଦ୍ରକ : ଆଜି ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅବନ୍ତୀ ଆଜି ସକାଳୁ ନିଜ ବାସଭବନରୁ ପୂଜାର୍ଚ୍ଚନା କରି ଦଳୀୟ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ ସେଠାରୁ ଭଦ୍ରକ ଆସିଥିଲେ।ସେଠାରୁ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ବିଜେଡି ବିଧାୟକ ପ୍ରାର୍ଥିନୀ ଅବନ୍ତୀ ଦାସ । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କଲେ । ଅନେକ ବିଜେଡି ବିଧାୟକ ଓ ନେତାମାନେ ଏହି ସମୟରେ ଉପସ୍ଥିତ ଥିଲେ ।

ଦଳୀୟ ସଙ୍ଗଠନ ଓ ଅନୁକମ୍ପା ଭୋଟକୁ ନେଇ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣଙ୍କୁ ପ୍ରାର୍ଥୀ କରି ନିର୍ବାଚନରେ ନିଜ ସମ୍ମାନ ଫେରିପାଇବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବା ପରେ ପ୍ରଚାର ମୈଦାନକୁ ବି ଓହ୍ଲାଇଛନ୍ତି ।