କିଛି ସମୟ ପରେ ବିଜେଡିର ଧାମନଗର ପାର୍ଥି ଘୋଷଣା

0

ଧାମନଗର: କିଛି ସମୟ ପରେ ବିଜେଡିର ଧାମନଗର ପାର୍ଥି ଘୋଷଣା । ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଭୁବନେଶ୍ୱର ଡାକରା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଛନ୍ତି । ଟିକେଟ୍ ମିଳିବ କି ନାହିଁ ପ୍ରଶ୍ନର ଉତ୍ତର ରଖି ଅପେକ୍ଷା କରିବାକୁ ରାଜୁ ଦାସ କହିଛନ୍ତି ।

ରାଜୁ ଦାସ 2009ରୁ 14 ବିଜେଡିରୁ ବିଧାୟକ ଥିଲେ ଓ 2019 ରେ ବିଜେଡି ଟିକେଟ ରୁ ଲଢ଼ି ବିଜେପି ବିଧାୟକ ବିଷ୍ଣୁ ସେଠିଙ୍କ ଠାରୁ 5 ହଜାର ଭୋଟ ରେ ପରାସ୍ତ ହୋଇଥିଲେ, ବର୍ତ୍ତମାନ ଭୁବନେଶ୍ୱର ରେ ରହିଛନ୍ତି ରାଜୁ ଦାସ, ଦଳର ବରିଷ୍ଠ ନେତୃତ୍ୱଙ୍କୁ ଭେଟିଛନ୍ତି ରାଜୁ ଦାସ ଏବଂ ରେସରେ ସବୁଠାରୁ ଆଗରେ ଅଛନ୍ତି ରାଜୁ ଦାସ |