ବାଲେଶ୍ଵର : ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ପକ୍ଷରୁ ରାଜ୍ୟ ବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରା ଯାଇଛି।ଏହି ଅବସରରେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗାନ୍ଧୀ ଛକ ଠାରେ ଏହି ପଦଯାତ୍ରା ହୋଇ ଯାଇଛି। ଏଥିରେ ରାଜ୍ୟ ବିଜେଡି ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନି ଜେନା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଦାସଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ଗାନ୍ଧୀ ଛକ ଠାରୁ କୁଡିଆ ପୋଲ ପର୍ଯ୍ୟନ୍ତ ପଦଯାତ୍ରା କରା ଯାଇଥିଲା । ପଦଯାତ୍ରା ବିଜେଡି ତୃଣମୂଳ ସ୍ତରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଏବଂ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବେ ବୋଲି ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ସ୍ଥିର କରା ଯାଇଛି ।