ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଲା ବିଜେଡି

0

ଭୁବନେଶ୍ୱର:ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଲା। ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା ।  ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଓ ଶ୍ରୀମୟୀ ମିଶ୍ର ପ୍ରେସମିଟରେ ବିଜେପିକୁ ଟାର୍ଗେଟ କରିଛନ୍ତି ।ବିଜେପି ସାଂସଦ ମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି।ବିଜେପି ସାଂସଦ ମାନେ ଲୋକଙ୍କ ଭାବାବେଗ ସହିତ ଖେଳୁଛନ୍ତି। ମୁଣ୍ଡ ଉପରେ ଛାତଟିଏ ଯେଉଁ ଜନ ସାଧାରଣ ମାନେ ତାଙ୍କୁ ନିର୍ବାଚିତ କରି ଦିଲ୍ଲୀ ପଠାଇଲେ। ଗୃହ ନିର୍ମାଣରେ କେନ୍ଦ୍ର ରାଜ୍ୟକୁ ଜାତୀୟ ସ୍ତରରେ ପୁରସ୍କୃତ କରିଛନ୍ତି। ଆମେ ବେଷ୍ଟ ପର୍ଫୋର୍ମର ହୋଇ ମଧ୍ୟ। ମିନିମମ ୧୫ଲକ୍ଷ ଘର ଆମର ଆବଶ୍ୟକ। କିନ୍ତୁ ବିଜେପି ସାଂସଦ ସେଠାରେ ସାଂକ୍ସନ କରିଛନ୍ତି ବୋଲି କହିଛନ୍ତି। ହେଲେ ମାତ୍ର ୮ଲକ୍ଷ ଘର ଓଡ଼ିଶାକୁ ଆସିଛି।ସେମାନେ ବାରମ୍ବାର କହିଛନ୍ତି ଗାଇଡଲାଇନ ଠିକ ନାହିଁ। ତାହେଲେ କେନ୍ଦ୍ର ସରକାରଙ୍କୁ କହି ଗାଇଡ଼ ଲାଇନ ଠିକ କରନ୍ତୁ। କାରଣ ଏ ଗାଇଡଲାଇନ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ। ବିଜେପି ଏକ ଠିକ ଲିଷ୍ଟ ଦେଉ। ବିଜେପି ଡାହାଣୀ ହୋଇ ଲାଗୁଛି ଗୁଣିଆ ହୋଇ ଛଡାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।

ଗତ ୪ବର୍ଷ ଧରି ଷଡ଼ଯନ୍ତ୍ର କରି ଓଡିଶା ବିରୋଧରେ ଯାଇ ଆବାସ ଯୋଜନାକୁ ଅଟକାଇ ଦେଲେ।ଏହା ଓଡିଶା ରାଜନୀତିର କଳା ଅଧ୍ୟାୟ। ଏମିତି କରି ସେମାନେ ମାଇଲେଜ ନେବାକୁ ଚାହୁଁଛନ୍ତି। ଏ ଷଡ଼ଯନ୍ତ୍ର କେବଳ ୧୫ଲକ୍ଷ ଘର ଅଟକାଇବା ପ୍ରସଙ୍ଗ ନୁହେଁ। ଏହି ଯୋଜନା କିଭଳି ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ। ଆମେ ଜାଣିଛୁ ଆଗକୁ ଆବାସ ଯୋଜନା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ। ହେଲେ ଓଡ଼ିଶାର ବିଜେଡ଼ି ସରକାର ନିଜ ଖର୍ଚ୍ଚରେ ଘର ଦେବ। ଯଦି ପଲ୍ଲୀ ସଭାରେ ଭୁଲ ଚୟନ ହେଉଛି ।ତେବେ ବିଜେପି ବୁଥ ସ୍ତରରେ ଯାଇ ଅବଜେକ୍ସନ କରୁ। ସେମାନେ କହୁଛନ୍ତି ମୋ ବୁଥ ସବୁଠୁ ମଜଭୁତ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବୁଥ୍ ରେ ଅବଜେକ୍ସନ କରୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।