ନିଆରା ଢଙ୍ଗର ବିଜେଡି ପାଳୁଛି ଆଦିବାସୀ ଦିବସ

0

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଆଦିବାସୀ ଅଧିକାର ଯୋଜନା | ଏନେଇ ନିଆରା ଢଙ୍ଗରେ ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ | ତେବେ ଏନେଇ ବିଜୁ ଜନତା ଦଳ ମଧ୍ୟ ଏହି ଦିବସକୁ ବେଶ ଧୁମଧାମରେ ପାଳନ କରୁଛି |ଆଦିବାସୀ ମାନଙ୍କର  ନାଚଗୀତରେ ଝୁମୁଛି ବିଜୁ ଜନତା ଦଳ  | କେବଳ ସେତିକି ନୁହେଁ ସେମାଙ୍କ ସଭ୍ୟତା ବେଶଭୂଷାର ମଧ୍ୟ ଝଲକ ଦେଖିବାକୁ ମିଳୁଛି |

ସମସ୍ତ ସଂରକ୍ଷିତ ଅଞ୍ଚଳରେ ଏହି  ଦିବସ ପାଳନ କରାଯାଉଛି ।ସେହିପରି ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ଆଦିବାସୀଙ୍କ ସମସ୍ୟା ବୁଝିବେ ବିଜେଡି ନେତା ଏଥିପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ  ସବୁବେଳେ ଆଦିବାସୀ ମାନଙ୍କପାଇଁ ବିଶେଷ ଦୃଷ୍ଟି ଦେଇଛନ୍ତି | ଏନେଇ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି  ବିଜେଡି ସୁପ୍ରିମୋ

ଆଦିବାସୀ ମାନଙ୍କ ପାଇଁ ପାଠପଢ଼ାରୁ ଆରମ୍ଭକରି ସମସ୍ତ ନିଯୁକ୍ତି ପାଇଁ ମଧ୍ୟ ସବୁବେଳେ ତତ୍ପର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ସାରା ଦେଶ ଦେଖିଛି  ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ନବୀନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସାରା ବିଶ୍ୱ ଦେଖିଛି | କେବଳ ସେତିକି ନୁହେଁ ଅପହଞ୍ଚ ଆଦିବାସୀ  ଅଞ୍ଚଳକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଛନ୍ତି ନବୀନ ପଟ୍ଟନାୟକ |