ସୁବର୍ଣ୍ଣପୁରରେ ବିଜେଡି ମହିଳା ସମାବେଶ
ସୁବର୍ଣ୍ଣପୁର ତିନି ନମ୍ବର ଓଆଡରେ ଥିବା ଘୋଡାଘାଟ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଜନତା ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି ।
(ସୋନପୁର/ ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ତିନି ନମ୍ବର ଓଆଡରେ ଥିବା ଘୋଡାଘାଟ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଜନତା ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ।ଏହି କାର୍ଯ୍ୟକ୍ରମ ରେ ସହର ର ବିଭିନ୍ନ ଓଆଡର ବିଜେଡି ମହିଳା ମାନେ ପ୍ରମୁଖ ଯୋଗ ଦେଇଥିଲେ।
ସୂଚନାନୁଯାୟୀ ,ଏଥିରେ ପର୍ଯ୍ୟବେକ୍ଷକ ପ୍ରଭାସିନୀ ନନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ପଦ୍ମିନୀ ବଘାର, ରାଜ୍ୟ ସମ୍ପାଦକ ଗୀତାଞ୍ଜଳି ସା ପ୍ରମୁଖ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରତିନିଧୂମାନେ କିପରି ବିପୁଳ ଭୋଟରେ ବିଜୟୀ ହେବେ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା