ଶିକ୍ଷକ ପ୍ରସଙ୍ଗ ନେଇ ଗୃହରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ

0

ଭୁବନେଶ୍ୱର: ଶିକ୍ଷକ ପ୍ରସଙ୍ଗ ନେଇ ଗୃହ ରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ ରଖିଛନ୍ତି । ତେବେ ବିଧାୟକ ଶତପଥୀ କହିବା ମୁତାବକ, ନବୀନ ପଟ୍ଟନାୟକଙ୍କ ସରକାର ଶିକ୍ଷକଙ୍କ ଉପରେ ଅନେକ ଗୁଡିଏ ନିଷ୍ପତ୍ତି ନେଇଛନ୍ତି । ଏପରିକି ଠିକା ନିଯୁକ୍ତିକୁ ଉଚ୍ଛେଦ କରାଯାଇଛି । ଆମେ ଏହାକୁ ଐତିହାସିକ କହିନୁ, ଶିକ୍ଷକ ମାନେ ହିଁ କହିଥିଲେ । କିଛି ଲୋକ ଏଥିରେ ବାଦ ପଡିଛନ୍ତି । ତାକୁ ମଧ୍ୟ ବିଚାରକୁ ନିଆଯିବ ।ତେବେ ପଦ୍ମପୁର ନିର୍ବାଚନ କମିଶନ କଣ୍ଡକ୍ଟ କରୁଛନ୍ତି । ଏଥିରେ ବାଚସ୍ପତି କଣ ରୁଲିଂ ଦେବେ ତାହା ଜଣା ନାହିଁ । ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସରକାର ସମ୍ପୂର୍ଣ୍ଣ ଧ୍ୟାନ ରଖିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତିଙ୍କ ରୁଲିଂ । ସରକାର ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତିଙ୍କ ନିର୍ଦେଶ ।