ବିଜେଡ଼ିର ଏମପି ଓ ଏମଏଲଏ ନିର୍ବାଚନ ଲଢୁଛନ୍ତି: ବିଜେପି

0

ଭୁବନେଶ୍ୱର/ରାଜେଶ ସାହୁ: ଭର୍ତୃହରି ବାବୁ ଯାହା କହିଛନ୍ତି ଆମେ ବି ସେହି କଥା କହୁଥିଲୁ । ଏଥିରୁ ବୁଝା ପଡୁଛି ସ୍ୱଚ୍ଛ ଶାସନ କିଛି ନାହିଁ । ଯଦି ବିକାଶ ହୋଇଛି, ଯାହାକୁ ଛିଡା କଲେ ଜିତି କି ଆସିବ । କିନ୍ତୁ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ଏତେ ନେତା ମନ୍ତ୍ରୀଙ୍କୁ କାହିଁକି ପଠାଇବାକୁ ପଡୁଛି । ସରକାରୀ ଅର୍ଥ ଚଳୁ ହେଉଛି । ବିଜେଡ଼ି ନେତା ପିକନିକ କରୁଛନ୍ତି । ପୂର୍ବରୁ ଏଭଳି ଉପନିର୍ବାଚନ ଲଢ଼ା ଯାଉନଥିଲା । ନବୀନ ବାବୁଙ୍କର ଉପନିର୍ବାଚନ ଜିତିବା ନେଇ ଭରଷା ତୁଟି ଯାଉଛି । ତେଣୁ ଜିତିବା ପାଇଁ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ଲୋକ ନିର୍ବାଚନ ଲଢୁ ନାହାନ୍ତି । ବିଜେଡ଼ିର ଏମପି ଓ ଏମଏଲଏ ନିର୍ବାଚନ ଲଢୁଛନ୍ତି ।