ଭୁବନେଶ୍ୱର( ହରପ୍ରସାଦ ବିଷୋଇ):- ପଦଯାତ୍ରା ପ୍ରସ୍ତୁତି ଆଳରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ । ବିଜେପିର ନଡ୍ଡାଙ୍କ ଗସ୍ତ କାର୍ୟ୍ୟକ୍ରମ କୁ କାଉଣ୍ଟର କରିବାକୁ ବିଜେଡି ୨୯ ଓ ୩୦ ରେ ପ୍ରତିନିଧି ସମ୍ମିଳନୀ କରିବ । ବରମୁଣ୍ଡା ପଡିଆରେ ଆୟୋଜନ ହେବ ଏହି ସମ୍ମିଳନୀ । ୨୯ ରେ ଯୁବ, ଛାତ୍ର , ମହିଳାର ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସଙ୍ଗଠନର ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ କମିଟି ର ପ୍ରତିନିଧି ଙ୍କୁ ନେଇ ବୈଠକ ହେବ । ଯେଉଁଥିରେ ୨ ହଜାର ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେବେ । ୩୦ ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଏହା ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ର ମେୟର ଓ କର୍ପୋରେଟର ମାନେ ଉପସ୍ଥିତ ରହିବେ । ପଦଯାତ୍ରା ର ପ୍ରସ୍ତୁତି ଏବଂ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଂଚାଯିବ ସେ ନେଇ ଦୁଇ ଦିନ ଆଲୋଚନା ହେବ। ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା ହେବ । ପ୍ରତି ୱାର୍ଡ ଠୁ ନେଇ ପଂଚାୟତ ଓ ବ୍ଲକ ଓ ମୁନିସପାଲିଟ ସ୍ତରରେ ଏହି କାର୍ୟ୍ୟକ୍ରମ କରାଯିବ । ଯେଉଁଥିରେ ରାଜ୍ୟ ସରକାରଙ୍କ ସଫଳତା ଲୋକଙ୍କୁ ଅବଗତ କରାଇବ ବିଜେଡି । ଶେଷରେ ନଭେମ୍ବର ୨ ରେ ଜିଲ୍ଲା ସ୍ତରୀୟ ସମାବେଶରେ ଶପଥ ମାଧମରେ ଶେଷ ହେବ ।