୩୦ ଜିଲ୍ଲା ପାଇଁ ୨୫ ପର୍ଯ୍ୟବେକ୍ଷକ ସୂଚୀ ଜାରୀ କଲା ବିଜେଡି

0

 ଭୁବନେଶ୍ୱର(ହର ପ୍ରସାଦ ବିଷୋୟୀ ) : ୨୦୨୪ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପର୍ୟ୍ୟବେକ୍ଷକସ୍ତରରେ ସାମାନ୍ୟ ଅଦଳବଦଳ କରିଛି ବିଜେଡି । ୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଥିବା ସଦସ୍ୟ ଓ ବର୍ତ୍ତମାନ ମନ୍ତ୍ରୀ ଥିବା ଅଧିକାଂଶ ନେତାଙ୍କୁ ଦଳ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରିଛି ଦଳ । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କୁ ଗତଥର ପରି ସଂଗଠନ ଦାଇତ୍ୱରୁ ବାଦ ଦିଆଯାଇଛି । ସେହିପରି ମନ୍ତ୍ରୀ ସମୀର ରଞ୍ଜନ ଦାସ, କଟକ ମେୟର ସୁବାସ ସିଂ, ମନ୍ତ୍ରୀ ତୁଷାର କାନ୍ତି ବେହେରା, ଚନ୍ଦ୍ର ସାରଥୀ ବେହେରା, ଦେବାଶିଷ ସାମନ୍ତରାୟଙ୍କୁ
ପର୍ଯ୍ୟବେକ୍ଷକ ତାଲିକାରୁ ହଟାଇ ଦିଆଯାଇଛି ।

ଏଥିସହ ନୂତନ ଭାବେ ଯଦିହେଇଥିବା ନେତା ହେଲେ ଅରୁଣ ସାହୁ, ଈଶ୍ୱର ପାଣିଗ୍ରାହୀ, ଟୁକୁନି ସାହୁ, ସାରଦା ନାୟକ, ରୋହିତ ପୂଜାରୀ ଙ୍କୁ ନୁଆଁ କରି ଜିଲ୍ଲା ପର୍ୟ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଜାରୀ ହୋଇଛି ବିଜେଡ଼ିର ପର୍ଯ୍ୟବେକ୍ଷକ ତାଲିକା । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ପ୍ରକାଶ କରିଛନ୍ତି । ୫ ଜଣ ନେତାଙ୍କୁ ୨ଟି ଲେଖାଏଁ ଜିଲ୍ଲା ଦାଇତ୍ୱ ଦିଆଯାଇଛି । ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର ଓ ଦେଓଗଡ଼ ଦାଇତ୍ୱ ଦିଆଯାଇଥିବାବେଳେ ପ୍ରମିଳା ମଲ୍ଲିକ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲା ଦାଇତ୍ୱରେ ରହିବେ । ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡା ଦାଇତ୍ୱ ମିଳିଥିବାବେଳେ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଓ ମୟୁରଭଞ୍ଜ ଦାଇତ୍ୱରେ ରହିବେ ।

ସେହିପରି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାଇତ୍ୱ ମିଳିଛି । ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳ, ପ୍ରତାପ ଦେବ – ବାଲେଶ୍ଵର, ସୁଧୀର କୁମାର ସାମଲ – ବରଗଡ଼, ଉଷା ଦେବୀ – କଟକ, ଅରୁଣ କୁମାର ସାହୁ – ଜଗତସିଂହପୁର, ବିଜୟ ନାୟକ – କନ୍ଧମାଳ, ପ୍ରଫୁଲ୍ଲ କୁମାର ମଲ୍ଲିକ – କେନ୍ଦ୍ରାପଡା, ଈଶ୍ୱର ପାଣିଗ୍ରାହୀ – ନବରଙ୍ଗପୁର, ପ୍ରଦ୍ମନାଭ ବେହେରା – ନୟାଗଡ଼, ଟୁକୁନି ସାହୁ – ନୂଆପଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ – ପୁରୀ, ନଳିନୀକାନ୍ତ ପ୍ରଧାନ – ସମ୍ବଲପୁର, ପ୍ରୀତିରଞ୍ଜନ ଘଡେଇ – ସୁନ୍ଦରଗଡ଼, ନବକିଶୋର ଦାସ – କଳାହାଣ୍ଡି, ପ୍ରଦୀପ କୁମାର ଅମାତ – ଗଞ୍ଜାମ, ସୌଭାଗ୍ୟ ନାୟକ – ବୌଦ୍ଧ, ଅଶୋକ କୁମାର ପଣ୍ଡା – ଯାଜପୁର, ସାରଦା ପ୍ରସାଦ ନାୟକ – ଝାରସୁଗୁଡା ଓ ରୋହିତ ପୂଜାରୀଙ୍କୁ ସୋନପୁର ଦାଇତ୍ୱ ମିଳିଛି । ଆଗାମୀ ନିର୍ବାଚନ ପାଇଁ ଏବେ ସବୁଦଳ ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ଅଣ୍ଟା ଭିଡୁଛନ୍ତି ।ପର୍ଯ୍ୟବେକ୍ଷକ ମାନେ ଜିଲ୍ଲାରେ ଦଳୀୟ ସ୍ଥିତିକୁ ଅନୁଧ୍ୟାନ କରି ଏବାବଦରେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ।