ଭୁବନେଶ୍ୱର : ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର । ତେବେ ଶିବିରରେ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ | ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ସରକାରଙ୍କ ଯୋଜନା ଓ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନ ଆହ୍ୱାନ ଦେଇଛନ୍ତି ।
ଆସନ୍ତା ୨ ତାରିଖରୁ ମାସେ ବ୍ୟାପୀ ପଦଯାତ୍ରା କରିବ ବିଜେଡି । ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ରାଜ୍ୟର ବିକାଶ ପାଇଁ ନବୀନ ଦିନ ରାତି କାମ କରୁଛନ୍ତି । ଏହାପରେ ଅନ୍ୟ ନେତା ଉଦବୋଧନ ଦେଇଛନ୍ତି । ‘ବିଜୁ ଜନତା ଦଳ-ଏକ ସାମୁହିକ ଆନ୍ଦୋଳନ’ ନାରା ଦେଇ ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏଥିରେ କେବଳ ରାଜ୍ୟ, ଜିଲ୍ଲା, ନଗର ଓ ବ୍ଲକର ପଦାଧିକାରୀ, ସାଂସଦ ଓ ବିଧାୟକଙ୍କୁ ଡକାଯାଇଛି । ଦିନ ତମାମ ପଦାଧିକାରୀଙ୍କୁ ବରିଷ୍ଠ ନେତାମାନେ ପ୍ରଶିକ୍ଷଣ ଦେବେ ।