୫ରେ ବିଜୁ ବାବୁଙ୍କ ଜୟନ୍ତୀ ଓ ୮ରେ ମହିଳା ଦିବସ ପାଳିବ ବିଜେଡି

ଗୋଟିଏ ପଟେ ପଂଚାୟତ ନିର୍ବାଚନରେ ଏକତରଫା ବିଜୟକୁ ନେଇ ବେଶ ଉତ୍ସାହିତ ରହିଛି ବିଜେଡି ।

0

(ଭୁବନେଶ୍ୱର) : ଗୋଟିଏ ପଟେ ପଂଚାୟତ ନିର୍ବାଚନରେ ଏକତରଫା ବିଜୟକୁ ନେଇ ବେଶ ଉତ୍ସାହିତ ରହିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦଳୀୟ କର୍ମକର୍ତ୍ତା ଓ ପଦାଧିକାରୀଙ୍କୁ ଚିଠି ଲେଖି ଆସନ୍ତା ମାର୍ଚ୍ଚ ୫ତାରିଖରେ ଦଳ ପକ୍ଷରୁ ସମସ୍ତ ନିର୍ବାଚନମଣ୍ଡଳୀରେ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳନ ନିମନ୍ତେ ସାଧାରଣ ସଭାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସକୁ ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ ସଭା ଓ ମହିଳା ସମାବେଶ ମାଧ୍ୟମରେ ପାଳନ କରିବ ।

ସୂଚନାନୁସାରେ, ପଂଚାୟତ ନିର୍ବାଚନ ପରେ ଦଳ ପ୍ରଥମଥର ପାଇଁ ନିର୍ବାଚନମଣ୍ଡଳୀସ୍ତରରେ ୨ଟି ସମାବେଶ ଓ ସାଧାରଣ ସଭାର ଆୟୋଜନ କରି ବିଜୟ ଉତ୍ସବ ପାଳିବ । ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ମୋଟ ୮୫୨ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୬ଟି ଜିତିଥିବାବେଳେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଯଥାକ୍ରମେ ମାତ୍ର ୪୨ ଓ ୩୭ରେ ସୀମିତ ରହିଛନ୍ତି ।