ଦୁଇ ଦିନିଆ ପ୍ରସ୍ତୁତି କର୍ମଶାଳା ର ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ

0

ଭୁବନେଶ୍ୱର : ବିଜେଡି ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିନ । ବରମୁଣ୍ଡା ପଡ଼ିଆରେ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଙ୍କ ମନ୍ତ୍ର। “ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଚନ୍ତି ସ୍ଵାଗତ କରୁଛି। ବିଜେଡ଼ି ଏକ ଆଞ୍ଚଳିକ ଦଳ। ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ସବୁବେଳେ ଗୁରୁତ୍ଵ ଦେଇଛୁ ଓ ଦେଇ ଚାଲିବୁ। ଆମ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ରହି ଆସିଛି । ପଞ୍ଚାୟତ ଓ ପୌର ନିର୍ବାଚନ ସରିଗଲା। ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ କରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବା ଦରକାର। ବିଜେଡି ପଞ୍ଚାୟତ,ପୌର ଓ ସାଧାରଣ ନିର୍ବାଚନରେ ଏହି ନୀତି ଅପଣେଇଛି। ସେଥିପାଇଁ ଲୋକ ବାରମ୍ବାର ଆଶୀର୍ବାଦ ଦେଇ ଆସୁଛନ୍ତି । ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ। ରାଜନୀତି ଏକ ମାଧ୍ୟମ ମାତ୍ର। ସମସ୍ତେ ମନେ ରଖିବା ଆବଶ୍ୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦଙ୍କୁ ସାଥିରେ ନେଇ ଦଳ ସବୁ କାମ କରୁଛି। ପଦଯାତ୍ରା ବି ବିପୁଳ ସଫଳତା ହାସଲ କରିବ। ଏଥିପାଇଁ ସମସ୍ତେ ଏକାଠି କାମ କରିବା ଉଚିତ।”