ଭୁବନେଶ୍ୱର : ଆସନ୍ତାକାଲି ବସିବାକୁ ଯାଉଛି ବିଜୁ ଜନତା ଦଳ ର ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ବସିବ ଏହି ବୈଠକ । ଏଥିରେ ଅଧ୍ୟକ୍ଷତାରେ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ. । ଦଳର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଗୁରୁ ମନ୍ତ୍ର ଫୁଙ୍କିବେ ନବୀନ ପଟ୍ଟନାୟକ । ସଂସଦ ରେ ଉଠିବ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ । ଏନେଇ ନବୀନ ନିର୍ଦ୍ଧେଶ ଦେଇପାରନ୍ତି ବୋଲି ସୂଚନା । ସଂସଦର ବଜେଟ ଅଧିବେଶନ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ନବୀନ ନିବାସରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ ।ପ୍ରଧାନମନ୍ତ୍ରୀ ଆବାସ ବିବାଦ, ବଳକା ଉଷୁନା ଚାଉଳ ଉଠାଣ, କୋଇଲା ରୟାଲଟିରେ ରାଜ୍ୟର ଭାଗ ବୃଦ୍ଧି ଓ ବିପର୍ୟ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ଦାବି ଉଠାଇବ ବିଜେଡି । ବକେୟା ଧାନ କ୍ରୟ ବାବଦ ରିହାତି, ଜିଏସଟି ବାବଦ ବକେୟା ଦେୟ, ଦୁର୍ଗମ ଅଞ୍ଚଳରେ ଟେଲିଫୋନ ସେବା, ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା, ଓଡିଶାର ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ ବିଜେଡି ଉଠାଇପାରେ । ତେବେ ଆସନ୍ତା କାଲିର ବୈଠକ ରେ ସମସ୍ତ ଲୋକସଭା ଓ ରାଜ୍ୟସଭା ର ସାଂସଦ ନବୀନ ନିବାସ ରେ ଉପସ୍ଥିତ ରହିବେ ।