ବିଜେପି ସମ୍ପାଦିକା ଲେଖାଶ୍ରୀଙ୍କ ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କ  ନିକଟରେ ଫେରାଦ ହୋଇଛି  ବିଜେଡି

0

ଭୁବନେଶ୍ୱର:ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାର୍ଯାନୁଷ୍ଠାନ ଦାବି କରିଛି। ସିଇଓଙ୍କୁ ଭେଟି ବା ପରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି  କହିଛନ୍ତି “ପ୍ରତ୍ୟେକ ଅନୁଷ୍ଠାନ ର ସ୍ଵତନ୍ତ୍ରତା ଥାଏ। ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ରତା ଓ ମର୍ଯ୍ୟାଦା ରହିବା ଉଚିତ। ପଦ୍ମପୁର ଉପନିର୍ବାଚନ କୁ ନେଇ ଯେଉଁ ଭଳି ଭାବେ ବିଜେପି ମୁଖପାତ୍ର ନିଜକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୁଖପାତ୍ର ଭାବୁଛନ୍ତି। ତାଙ୍କୁ ସେ ଅଧିକାର ଦେଲା କିଏ? ବୋଲି ପ୍ରଶ୍ନ କରିଛି ବିଜେଡି।  କେଉଁ ଅଧିକାର ବଳରେ ଦଳୀୟ ମୁଖପାତ୍ର ସିଇଓ ଙ୍କ ମୁଖପାତ୍ର ସାଜିବେ ? ଲେଖାଶ୍ରୀ ସାମନ୍ତସିଂହାର ସିଇଓଙ୍କ ପ୍ରବକ୍ତା ସାଜି ଗତକାଲି ଘୋଷଣା କଲେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ନେଇ ତିନିଜଣ ଶିକ୍ଷକଙ୍କୁ ନିଲମ୍ବନ କରାଗଲା। ଏ ନେଇ ତାଙ୍କୁ ପ୍ରଶ୍ନକରାଯିବା ଉଚିତ। ଦଳୀୟ ମୁଖପାତ୍ର କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଧମକାଇବାକୁ ପଛାଉନାହାନ୍ତି।ଭୋଟ ପାଇବା ପାଇଁ ଧମକାଉଛନ୍ତି। । ଗୋଟିଏ ସୁସ୍ଥ ଉପାୟରେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ହେଉ‌। ସିଇଓଙ୍କ ମୁଖପାତ୍ର ଭାବନ୍ତୁ ନାହିଁ ।