ଭୁବନେଶ୍ୱର: ପଦ୍ମପୁରରେ ବିଜେପିର ହିଂସାକୁ ନେଇ ବିଜେଡିର ପ୍ରେସମିଟ୍ । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ନିନ୍ଦା କରିଛନ୍ତି । ପଦ୍ମପୁରରେ ବିଜେପି ହିଂସା କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଏପରି ଗୁଣ୍ଡାଗର୍ଦ୍ଦି ବରଦାସ୍ତ କରାଯିବନି ପ୍ରେସମିଟରେ କହିଛି ବିଜେଡି। ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସିଇଓ। ତେବେ ଜିଏସଟି ରେଡ୍ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ ବୋଲି ବିଜେଡି କହିବା ସହ ମହିଳା କର୍ମଚାରୀଙ୍କୁ ବି ଛାଡିଲେନି ବିଜେପି କର୍ମୀ । ମହିଳାଙ୍କୁ ଦୁର୍ବ୍ୟବହାର କରିବା ଏକ ନିନ୍ଦନୀୟ କଥା ।
ଏଥିସହିତ ଠାକୁର ରଞ୍ଜିତ ଦାସଙ୍କୁ ପ୍ରଚାରରୁ ବ୍ୟାନ କରାଯାଉ ଏବଂ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ କ୍ୟାମ୍ପେନ କରିବାକୁ ନଦିଆଯାଉ ବୋଲି ଦାବି କରିଛି ବିଜେଡି । ସସ୍ମିତ ପାତ୍ର କହିଛନ୍ତି, ଗତକାଲି ବିଜେପି କର୍ମୀ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ କିଡନାପ ଥିଓରୀ ରଚିଥିଲେ । ବିଜେଡିକୁ ବଦନାମ କରିବା ପାଇଁ କିଡନାମ କରାଯାଇଥିବା ଅଭିଯୋଗ କରିଥିଲା ବିଜେପି । ହେଲେ ନିଜେ ଉକ୍ତ କର୍ମୀ ମାନିଛନ୍ତି ଯେ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ ସେ ଏପରି ଥିଓରୀ ରଚିଥିଲେ । ହାରିବା ଭୟରେ ବିଳିବିଳେଇ ହୋଇ ବିଜେପି ହିଂସାତ୍ମକ ପନ୍ଥା ଆପଣେଇଛି । ପଦମପୁରବାସୀ ଏହାର ଜବାବ ୫ ତାରିଖରେ ଦେବେ । ଗତକାଲି ଜିଏସଟି ରେଡ୍ ବେଳେ ବିଜେପି ବିଧାୟିକା କୁସୁମ ଟେଟେ ଗୁଣ୍ଡାଗର୍ଦ୍ଦି କରିଥିଲେ । ଶହେ କର୍ମୀଙ୍କୁ ନେଇ ଜିଏସଟି ରେଡ୍ ବେଳେ ଧମକାଇଥିଲେ । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ପଶି ଏଝଞ ଅଧିକାରୀଙ୍କୁ ବାରଣ କରିଥିଲେ ।