ବିହାରରୁ ବିଦା ହୋଇପାରେ ବିଜେପି !

0

ପାଟନା: ଅଡ଼ୁଆରେ ବିହାରରେ ଗଠନ ହୋଇଥିବା ମେଣ୍ଟ ସରକାର। ବିହାରରୁ ବିଦା ହୋଇପାରେ ବିଜେପି । ବିଜେପି ଓ ଜେଡିୟୁ ଏକାଠି ସରକାର ଗଠନ କରିଥିବା ବେଳେ ଏବେ କିନ୍ତୁ ଏଥିରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି।। ଯାହାକୁ ନେଇ ଦଳୀୟ ବିଧାୟକ ଓ ଏମପିଙ୍କ ସହ ଆଲୋଚନା ପାଇଁ ଜରୁରିକାଳୀନ ବୈଠକ ଡାକିଛନ୍ତି ନୀତିଶ କୁମାର । ସମ୍ଭବତଃ ଏହି ବୈଠକରେ ଜେଡିୟୁର ପରବର୍ତ୍ତୀ ରାଜନୀତିକ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। ଫଳରେ ସେ କେନ୍ଦ୍ରମନ୍ତ୍ରୀ ଓ ଶନିବାର ଜେଡିୟୁକୁ ଅଲବିଦା କହିଛନ୍ତି।

ଆରିସିପି ସିଂହ ଦଳ ଛାଡ଼ିବା ପରେ ନୀତୀଶ କୁମାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ “ମୁଁ କେନ୍ଦ୍ରମନ୍ତ୍ରୀ ହୋଇ ଯାଇଥିବାରୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା। ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଈର୍ଷାର କୌଣସି ଚିକିତ୍ସା ନାହିଁ। ନୀତୀଶ କୁମାର ତାଙ୍କ ସାତ ଜନ୍ମ ପରେ ବି କେବେ ହେଲେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ଜେଡିୟୁ ଗୋଟିଏ ବୁଡ଼ୁଥିବା ଜାହାଜ। ଏହାର ଜବାବ ଜେଡିୟୁର ଜାତୀୟ ସଭାପତି ରାଜୀବନ ରଞ୍ଜନ ଦେଇଛନ୍ତି। ଜେଡିୟୁ ଆଦୌ ବୁଡ଼ି ଯାଉଥିବା ଜାହାଜ ନୁହେଁ। ଏହା ଭାସୁଥିବା ଜାହାଜ। ହଁ କିଛି ଲୋକ ଜେଡିୟୁର ଜାହାଜରେ କଣା କରି ଏହାକୁ ବୁଡ଼ାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନେ ଏଥିରେ କେବେ ହେଲେ ସଫଳ ହେବେନି।