ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ବାଗରୀଙ୍କର ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶରେ ସୋମବାର ସତନାର ରୈଗାଁଓ ବିଧାନସଭା ଅଞ୍ଚଳରୁ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ବାଗରୀଙ୍କର ଦେହାନ୍ତ ହୋଇଛି । ଯୁଗଳ କିଶୋର ବାଗରୀଙ୍କର ଭୋପାଳର ଚିରାୟୁ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି

0

(ମଧ୍ୟପ୍ରଦେଶ) : ଦେଶରେ କାରଣ ମହାମାରୀ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ସଂକ୍ରମଣର ପ୍ରଭାବରେ ସାଧାରଣ ଲୋକଙ୍କ ଠାରୁ ନେଇ ବଡ଼ ବଡ଼ ପଦବୀରେ ଥିବା ଲୋକେ ଆସୁଛନ୍ତି । ମଧ୍ୟପ୍ରଦେଶରେ ସୋମବାର ସତନାର ରୈଗାଁଓ ବିଧାନସଭା ଅଞ୍ଚଳରୁ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ବାଗରୀଙ୍କର ଦେହାନ୍ତ ହୋଇଛି । ଯୁଗଳ କିଶୋର ବାଗରୀଙ୍କର ଭୋପାଳର ଚିରାୟୁ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି । ବିଧାୟକ ଯୁଗଳ କିଶୋରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତୁର ହେବାରୁ ତାଙ୍କୁ ୨୯ ଅପ୍ରେଲରେ ସତନାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ସିଟି ସ୍କାନ୍‌ରେ ବାଗରଙ୍କର ଫୁସଫୁସରେ ସଂକ୍ରମଣ ହୋଇଥିବା ସୂଚନା ସାମନାକୁ ଆସିଥିଲା ।

ସୂଚନାନୁସାରେ ,୩୦ ଅପ୍ରେଲର ସକାଳେ ବାଗରୀଙ୍କୁ ଭୋପାଳର ଚିରାୟୁ ହସ୍ପିଟାଲ ରେଫର କରିଦିଆ ଯାଇଥିଲା । ଭୋପାଳରେ ହସ୍ପିଟାଲରେ ତାଙ୍କର ପୋଷ୍ଚ କୋଭିଡ୍‌ କମ୍ପ୍ଲିକେସନର ଚିକିତ୍ସା ଚାଲୁଥିଲା ।ଏହି ସମୟରେ ହାର୍ଟ ଆଟାକ୍‌ରେ ବାଗରୀଙ୍କ ମୃତ୍ୟୁ ହୋଇଥିଲା । ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଜେପି ବିଧାୟକ ଯୁଗଳ କିଶୋର ବାଗରୀଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।