ପରଲୋକରେ ବିଜେପି ବିଧାୟକ ବିଷ୍ଣୁ ସେଠୀ

0

ଭୁବନେଶ୍ୱର: ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ବିଷ୍ଣୁ ସେଠୀଙ୍କ ପରଲୋକ ନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ସୂଚନା ସେଇଛନ୍ତି। କିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେଲା ସେ ICUରେ ଥିଲେ।ସେଠାରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିବା ଜଣାପଡ଼ିଥିବା ବେଳେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଫଳରେ ଅବସ୍ଥା ଗୁରୁତର ହେବାରୁ ପ୍ରାୟ ମାସେ ହେଲା ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପ୍ରାୟ ୭ଟା ୪୫ ମିନିଟ୍‌ରେ ଆଖି ବୁଜିଛନ୍ତି ବିଜେପିର ଏହି ପୁରୁଖା ନେତା।
ବିଷ୍ଣୁ ସେଠୀ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଗଭୀର ଶୋକ ପ୍ରକଟ କରିଛନ୍ତି। ବିଷ୍ଣୁ ସେଠୀ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଥିଲେ ବୋଲି ଟ୍ୱିଟ କରିଛନ୍ତି ରାଜ୍ୟପାଳ।ରାଜ୍ଯ ବିରୋଧି ଦଳ ଉପ ନେତା ତଥା ଧାମ ନଗର ର ବିଧାୟକ ବିଷ୍ଣୁ ସେଠୀ ଙ୍କ ବିୟୋଗରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି lଏକ ଶୋକ ବାର୍ତ୍ତାରେ ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ଜଣେ ସ୍ପଷ୍ଟ ବାଦୀ ତଥା ଲୋକପ୍ରିୟ ରାଜ ନେତା ଭାବେ ଦଳ ମତ ନିର୍ବିଶେଷରେ ସମସ୍ତ ଙ୍କର ସେ ପ୍ରିୟଭାଜନ ଥିଲେ l ତାଙ୍କ ବିୟୋଗରେ ଓଡିଶା ରାଜନୈତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରି ସ୍ଵର୍ଗତ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି l