ନାରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲା ବିଜେପି

0

(ତ୍ରିଲୋଚନ ରାଉତ)ଭୁବନେଶ୍ୱର: ଆଜି ଦଳୀୟ ରାଜ୍ୟ କାର୍ୟ୍ୟାଳୟରେ ନାରୀ ସୁରକ୍ଷା ଓ ସ୍ୱଚ୍ଛ ରାଜନୀତି ପାଇଁ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।ଗୋଟିଏ ପଟେ ନାରୀ ସଶକ୍ତ କରଣ କଥା କହୁଛି ବିଜେଡ଼ି, ଆଉ ଗୋଟେ ପଟେ ଏମିତି ନେତାଙ୍କୁ ବିଧାନସଭା ପ୍ରାର୍ଥୀ କରାଯାଇଛି।ଆମେ କେମିତି ଭାବିବା ଯେ ରାଜନୀତି ସ୍ୱଚ୍ଛ ଓ ନୀରପେକ୍ଷ ହେବ ବୋଲି ଅପରାଜିତା କହିଛନ୍ତି।
ନବୀନ ପଟ୍ଟନାୟକ ମହିଳାଙ୍କ ସୁରକ୍ଷା ନୁହେଁ ବରଂ କ୍ଷମତା ପାଇଁ ଏଭଳି ଆଭିମୁଖ୍ୟ ରଖିଛନ୍ତି। ମହିଳାଙ୍କ ପାଇଁ ସଂରକ୍ଷଣ ନୁହେଁ ଏହା ମହିଳାଙ୍କୁ ଭଣ୍ଡାଇବା ପାଇଁ ଏକଲଲିପପ୍ ବୋଲି କହିଛନ୍ତି ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା।