ଆବାସ ଯୋଜନା କୁଡିଆ ଫଳକକୁ ନେଇ ବିଜେପି ଯୁବମୋର୍ଚ୍ଚାଙ୍କ ବିରୋଧ

0

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଘେରରେ ବିଜୁ କୁଡ଼ିଆ ଫଳକ ମାରିବା ବେଳେ ବିଜେପି ଯୁବମୋର୍ଚ୍ଚା ଶନିବାର ବିରୋଧ କରିବା ସହ ଫଳକକୁ ଭାଙ୍ଗି ପ୍ରତିବାଦ ଜଣାଇଛି । କେନ୍ଦ୍ର ସରକାରଙ୍କର ୨୦୨୨ ସୁଦ୍ଧା ସମସ୍ତ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାତ, ଫ୍ଲାଗଶିପ କାର୍ଯ୍ୟକ୍ରମର ବାଟବଣା କରିବାକୁ ଶାସକ ଦଳ ଓ ପ୍ରଶାସନ ଅଧିକାରୀ ଫଳକ ପରିବର୍ତ୍ତନ କରୁଛନ୍ତି । ରାଜ୍ୟ ସରକାର ୫ବର୍ଷ ତଳୁ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଘରକୁ ରଙ୍ଗ ଲଗାଇ ବିଜୁ କୁଡ଼ିଆ ଫଳକ ଲଗାଉଥିବାରୁ ବିଜେପି ବରିଷ୍ଠ ନେତା ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବିରୋଧ କରାଯାଇଥିଲା l ବିରୁ, କୁଳେଇ, ତୁମୁଗୋଳା ଇତ୍ୟାଦି ଗ୍ରାମରେ ସମସ୍ତ ବିଜୁ କୁଡିଆ ଫଳକ ଭାଙ୍ଗିବା ସହିତ, ଅନେକ ଫଳକରେ କଳା ରଙ୍ଗ ବୋଳାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ହଡପକୁ ରୋକିବା ପାଇଁ ସଚେତନ କରାଯାଇଛି । ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ଏହାକୁ ବିରୋଧ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚା ସଦସ୍ୟ ମାନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।