ହିଞ୍ଜିଳି/ରଜନୀକାନ୍ତ ପାତ୍ର : ଅହେତୁକ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ହିଞ୍ଜିଳିକାଟୁ ତରଫରୁ ସୋମବାର ସ୍ଥାନୀୟ ଟିପିଏସଓଡିଏଲ ଉପଖଣ୍ଡ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ୟ୍ୟକର୍ତ୍ତା ମାନେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ବିରୋଧ ଶୋଭାଯାତ୍ରାରେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରୁ ବାହାରି ଟିପିଏସଓଡିଏଲ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଯାଇଥିଲେ। ସେଠାରେ ବିରୋଧ ପ୍ରଦର୍ଶନ ଏବଂ ପ୍ରତୀକ ଧାରଣା ଦେବା ପରେ ଉପଖଣ୍ଡ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପ୍ରଦୀପ କୁମାର ସାହୁ, ଘୁମୁସର ଜିଲ୍ଲା ଉପସଭାପତି ମାଧବ ଗୌଡ଼, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ଆକାଶ ପଟ୍ଟନାୟକ, ନଗର ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ସଞ୍ଜୟ ପ୍ରଧାନ ପ୍ରଧାନ ପ୍ରମୂଖ ବହୁ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।