ରାଜନଗରରେ ବିଜେଡିର ପଦଯାତ୍ରା

0

ରାଜନଗର /ନୟନା ବେହେରା : ଗତକାଲିଠାରୁ ବିଜେଡି ର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ଯାଏଁ ଚାଲୁରହିବ ଏହି ପଦଯାତ୍ରା । ନିର୍ବାଚନ ସମୟରେ ବିଜେଡି ଦେଇଥିବା ପ୍ରତିଶୃତି ଓ ସରକାରଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଗାଁ ଠୁ ସହର ଯାଏଁ ଥିବା ଜନସାଧାରଣ ଙ୍କୁ ଅବଗତ କରାଇବାକୁ ପଦଯାତ୍ରା କରୁଛି ବିଜେଡି । ରାଜନଗରରେ ଥିବା ବିଜୁ ପଟନାୟକ ପାର୍କରୁ ଏହି ଯାତ୍ରା ଆରମ୍ଭ କରିଛି ରାଜନଗର ବିଜେଡି । ଏହି ପଦଯାତ୍ରାରେ ରାଜନଗର ନିର୍ବାଚନ ମଣ୍ଡଳୀ ର ବହୁ ବରିଷ୍ଠ ନେତା ସମେତ ଅନେକ କର୍ମୀ ସାମିଲି ହୋଇଥିଲେ । ରାଜ୍ୟସରକାରଙ୍କ ବହୁ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ପଦଯାତ୍ରାର ମୂଳ ଲକ୍ଷ ବୋଲି କହିଥିଲେ ରାଜନଗର ବିଧାୟକ ଶ୍ରୀଯୁକ୍ତ ସାହୁ ।