ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି । ପ୍ରେସମିଟ ଜରିଆରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ଘଟଣାରେ ବିଜେଡ଼ିର କେଉଁ କେଉଁ ପ୍ରଭାବଶାଳୀ ନେତା ସମ୍ପୃକ୍ତ ଅଛନ୍ତି ତାର ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ତରବରିଆ ଭାବେ ଅର୍ଚ୍ଚନା ନାଗକୁ ପୋଲିସ ଗିରଫ କରିଛି ।
ପୋଲିସ ଏତେ ତତ୍ପର କେମିତି ହେଲା ବୋଲି ପ୍ରଶ୍ନ କରିଛି । ଏଥିରେ କେଉଁ ମନ୍ତ୍ରୀ ଓ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଅଛି ସେମାନଙ୍କ ନାଁ ପୋଲିସ କାହିଁକି ସ୍ପଷ୍ଟ କରୁନି ବୋଲି ବିଜେପି କହିଛି । କହାର ଛତ୍ରଛାୟା ତଳେ ଅର୍ଚ୍ଚନା ନାଗ ଏତେ ବଡ଼ କେଳେଙ୍କାରୀ କରୁଥିଲେ । ପୋଲିସ ଓ ରାଜ୍ୟ ସରକାର ଫେଲ ମାରିଛି ଏବଂ ସବୁ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ସାମ୍ନାକୁ ଆସିବା ଦରକାର ବୋଲି ବିଜେପି କହିଛି ।