ରାଇରଙ୍ଗପୁର (ସତ୍ୟନାରାୟଣ ପାଲ): ମୟୁରଭଞ୍ଜ ଜିଲ୍ଲା ବହଳଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସତସଙ୍ଗ ଉପଯୋଜନା କେନ୍ଦ୍ର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିଶିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବହଳଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀମତୀ ରୀତା ଟୁଡୁ ଉଦଘାଟନ କରିଥିଲେ । ରାଇରଙ୍ଗପୁର ଉପଖଣ୍ଡ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏଲଟି ଜଳେନ୍ଦ୍ରନାଥ ରଣା, ଏଲଟି ଦେବବ୍ରତ ଗିରି, ଏଲଟି ସୁମନ୍ତ କୁମାର ଗିରି, ମହେଶ କୁମାର ମହାନ୍ତ ଏବଂ ହେମେନ୍ଦ୍ରନାଥ ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।
ଏହି କାର୍ୟ୍ୟକ୍ରମଟି ସତସଙ୍ଗ ସଭାପତି ସହପ୍ରତି ରିତ୍ବିକ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ, ଗୋଲକ ବିହାରୀ ଆଚାର୍ୟ୍ୟ ତଥା ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ମଧୁସୂଦନ ଦାସଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହଳଦା ସତସଙ୍ଗ ଉପଯୋଜନା କେନ୍ଦ୍ରର ଯୁବ ବାହିନୀ ପକ୍ଷରୁ ଶାଶ୍ୱତ ପୁଲକ ପାଲ୍, ମଳୟ ଦତ୍ତ, ସୁଶିଲ୍ କୁମାର ଅଗ୍ରଓ୍ବାଲ, ସତ୍ୟଜିତ୍ ନନ୍ଦ, ବ୍ରହ୍ମାନନ୍ଦ ଦତ୍ତ, ସଞ୍ଜୟ ରଣା, ଗୌରାଙ୍ଗ ଗିରି ପ୍ରମୁଖଙ୍କ ସହଯୋଗରେ କାର୍ୟ୍ୟକ୍ରମ ପରିଚାଳିତ ହୋଇଥିଲା।