ଗଞ୍ଜାମ/ହରପ୍ରସାଦ ବିଶୋଇ: ବେଗୁନିଆପଡା ବ୍ଲକର କାଳିମେଘି ସ୍ଥିତ ସରକାରୀ ହାଇସ୍କୁଲ ପରିସରରେ ଖଲ୍ଲିକୋଟ ରାଣୀସହେବା ତଥା କବିସୂର୍ୟ୍ୟନଗର ଓ ଖଲିକୋଟର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ୮୪ ତମ ଜନ୍ମ ଦିବସ ଉପଲକ୍ଷେ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱାବଧାନରେ ଓଡିଶା ମୋ ପରିବାର ଓ ଜିବନ ବିନ୍ଦୁ ଏବଂ ବିଜୁ ଜନତା ଦଳ ବେଗୁନିଆପଡ଼ା ବ୍ଲକ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବିଧାୟିକା ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ। ।
କୋଭିଡ଼ି କଟକଣାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା । ଅଗଷ୍ଟ ୫ରେ ସୁଜ୍ଞାନଙ୍କ ଜନ୍ମ ଦିନ ପଡୁଥିବା ବେଳେ ଜୁଲାଇ ୧୮ରେ କାଳିମେଘି, ବେରୁଆଁବାଡ଼ି,ମଠ ସରସିଂ ଓ ସାନ ଉସ୍ତାପଡା ପଞ୍ଚାୟତକୁ ନେଇ କାଳିମେଘି ଠାରେ ପ୍ରଥମ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୨୦୦୮ରୁ ପ୍ରତି ବର୍ଷ ଅଗଷ୍ଟ ୫ରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଆସୁଛି । କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉଦ୍ୟମ ଫଳରେ କବିସୂର୍ୟ୍ୟନଗର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ଙ୍କ ଜନ୍ମ ଦିବସ ଅବସରରେ ଆୟୋଜିତ ଏହି ରକ୍ତ ଦାନ ଶିବିର ରେ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।ଏଥିରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜୀବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ସୁବାସ ଚନ୍ଦ୍ର ମହାରଣା , ଆସିକା ସାଂସଦୀୟ କ୍ଷେତ୍ର ର ସଂଯୋଜକ ନିର୍ମଳ ସାହୁ ,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି ପୂର୍ବତନ ଜିଲ୍ଲା ପରିଷଦ ତ୍ରୀନାଥ ଭୂୟାଁ ଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ ଓ ବିଜେଡି କର୍ମକର୍ତ୍ତା ଉପସ୍ଥିତି ଥିଲେ ।