ଲିଭୁନି ଜୁଇ: ତରଳିଗଲା ବ୍ଲୋୟର ଫ୍ୟାନ

0

ବାରଣାସୀ: ଉତ୍ତରପ୍ରଦେଶରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । । ବାରଣାସୀର ହରିଶ୍ଚନ୍ଦ୍ର ଘାଟରେ ଅହରହ ଜଳୁଛି ଜୁଇ । ସ୍ଥିତି ଏମିତି ହୋଇଛି କି ଅହର୍ନିଶି ଜୁଇ ଜଳିବା ଫଳରେ ଶବଦାହ ଗୃହର ବ୍ଲୋୟର ଫ୍ୟାନ୍ ତରଳି ଯାଇଛି। ଫ୍ୟାନ୍ ତରିଳିଯିବା ଯୋଗୁ ବୁଧବାରଠୁ ଶବଦାହରେ ବାଧାପ୍ରାପ୍ତ ହୋଇଛି ।
ଗୁରୁବାର ରାତି ସୁଦ୍ଧା ପୁଣି ଥରେ ମେସିନ୍ କାର୍ୟ୍ୟକ୍ଷମ ହୋଇପାରିବ ବୋଲି କୁହାଯାଉଛି। ତେଣୁ ଘାଟରେ ଶବଦାହ ପାରମ୍ପରିକ ଭାବେ ହେଉଛି । ବାରଣାସୀର ପୂର୍ବାଞ୍ଚଳରେ କୋଣ ଅନୁକୋଣରୁ ଲୋକେ ଶବ ନେଇ ପହଞ୍ଚୁଛନ୍ତି। ମହାଶ୍ମଶାନ ମଣିକର୍ଣ୍ଣିକା ଘାଟ ଏବଂ ହରିଶ୍ଚନ୍ଦ୍ର ଘାଟରେ ଶବଦାହ ହେଉଛି।