ଭୁବନେଶ୍ୱର-ଖବର ପ୍ରସାରଣ ପରେ ଭୁବନେଶ୍ୱର ନୟାପଲ୍ଲୀ ରାସ୍ତାକଡ କାନ୍ଥରେ ଅଙ୍କାଯାଇଥିବା ଅଶ୍ଲୀଳ ଚିତ୍ରକୁ ହଟେଇବା ପାଇଁ ବିଏମସି ତତ୍ପର ହୋଇପଡିଛନ୍ତି । କମିଶନର ସଂଜୟ ସିଂହ କହିଛନ୍ତି, ତୁରନ୍ତ ଏହି କାନ୍ଥରୁ ଅଶ୍ଲୀଳ ଚିତ୍ର ସବୁ ହଟାଇ ଦିଆଯିବ ।ଏପରିକି ଏହାର ତଦନ୍ତ ପାଇଁ ସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଯେଉଁମାନେ ଏଭଳି ଚିତ୍ର କରିଛନ୍ତି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ପ୍ରତିଶ୍ରୁତି ଦେଇଛନ୍ତି ।ସଚେତନତା ନାଁରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ଅସନ୍ତୋଷ ଦେଖାଯାଇଥିଲା । ନୟାପଲ୍ଲୀ ରାସ୍ତା କଡରେ ଥିବା କାନ୍ଥରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ତରଫରୁ ଅଙ୍କା ଯାଇଥିବା ଏହି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରୁଛି । କରୋନାକୁ ସ୍ୱାସ୍ଥ୍ୟକର୍ମୀମାନେ କେମିତି ମାତ୍ ଦେଉଛନ୍ତି, ସେ ବିଷୟରେ ଦର୍ଶାଇବାକୁ ଯାଇ ବିଏମସିର ଚିତ୍ରକରମାନେ ଅଶ୍ଳୀଳ ଚିତ୍ର ସବୁ ଆଙ୍କିଛନ୍ତି । ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଏମସିର ଏହି କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।