ହସ୍ପିଟାଲକୁ ବିଏମିସିର ଛାଟ଼ ; ମେଡିକାଲ ବର୍ଜ୍ୟବସ୍ତୁ ପକାଇବା ପାଇଁ “୧ ଲକ୍ଷ ଟଙ୍କା” ଜୋରିମାନା

0

ଭୁବନେଶ୍ୱର: ଆକ୍ସନ ମୁଡ଼ରେ ବିଏମସି । ବିବେକାନନ୍ଦ ହସ୍ପିଟାଲକୁ ବିଏମିସିର ଛାଟ । ବିବେକାନନ୍ଦ ହସ୍ପିଟାଲକୁ “୧ ଲକ୍ଷ ଟଙ୍କା” ଜୋରିମାନା । ରାସ୍ତାରେ ବେଆଇନ ଭାବେ ମେଡିକାଲ ବର୍ଜ୍ୟବସ୍ତୁ ପକାଇବା ପାଇଁ ବିଏମସି ଫାୟାର ଷ୍ଟେସନ ବର୍ଗ ନିକଟରେ ଅବସ୍ଥିତ ବିବେକାନନ୍ଦ ହସ୍ପିଟାଲ “୧ ଲକ୍ଷ ଟଙ୍କା” ଜୋରିମାନା । ବିଶ୍ୱ କପ ହକି ପାଇଁ ଚଳଚଞ୍ଚଳ ଓଡ଼ିଶା । ରାଜଧାନୀକୁ ସ୍ୱର୍ଚ୍ଛ ସୁନ୍ଦର କରିଦେବାକୁ ଦିନରାତି ଏକ କରିଦେଇଛି ବିଏମସି । ରାସ୍ତାକଡ଼ରୁ ଉଠା ଦୋକାନାଙ୍କୁ ଉଠାବା ସହ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛ ବିଏମସି । ପୁରୁଷ ହକି ବିଶ୍ୱକପ ଚାଲଥବାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାସ୍ତାଘାଟ ସଫାସୁତରା କରିବା ସହ ଚାରିଆଡ଼େ ନାନା ରଙ୍ଗର ଚିତ୍ର ବିଚତ୍ର କରାଯାଇଛି । ଏପରିକି ରାସ୍ତାକଡ଼ରେ ଥିବା ଗଛ ଗୁଡ଼ିକୁ ମଧ୍ୟ ବିଏମସି ପାଣି ପକାଇ ସଫା କରିଛି । ଖାଲି ସେତକି ନୁହେଁ ସମସ୍ତଙ୍କ ଦୋକାନଠୁ ଆରମ୍ଭ କରି ହସ୍ପିଟାଲ ଶୋରୁମ ଇତ୍ୟାଦି ଗୁଡ଼ିକୁ ପୁର୍ବରୁ ଅଳଆ ଆବର୍ଜନା ବାହାରେ ନପକାଇବା ପାଇଁ ତାଗିଦ କରିଛି । କିନ୍ତୁ ବିଏମସିର ତାଗିଦ ପରେ ବି ଫାୟାର ଷ୍ଟେସନ ବର୍ଗ ନିକଟରେ ଅବସ୍ଥିତ ବିବେକାନନ୍ଦ ହସ୍ପିଟାଲ ରାସ୍ତାରେ ବେଆଇନ ଭାବେ ମେଡିକାଲ ବର୍ଜ୍ୟବସ୍ତୁ ପକାଇ ଆସୁଥିଲେ । ଯାହା ଉପରେ ବିଏମସିର ନଜର ପଡ଼ିବା ପରେ ତୁରନ୍ତ ଆକ୍ସନ ନିଆଯାଇଛି । ହସ୍ପିଟାଲୁ ବାହାରୁଥିବା ବର୍ଜ୍ୟବସ୍ତୁ ପକାଉଥବାରୁ ୧ ଲକ୍ଷ ଟଙ୍କା ଜୋରିମାନା କରିଛି ବିଏମସି ।