୩ଦିନିଆ ବାଙ୍ଗାଲୁର ଗସ୍ତ କଲେ ବିଏମସି ଟିମ

0

ଭୁବନେଶ୍ୱର:ଆଜିଠୁ ୩ଦିନିଆ ବାଙ୍ଗାଲୁର ଗସ୍ତରେ ଗଲେ  ୧୦ ଜଣିଆ ବିଏମସି ଓ ନଗର ଉନ୍ନୟନ ବିଭାଗରଟିମ୍ । ଏହି ୧୦ ଜଣିଆ ଟିମରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡ୍ରେନେଜ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ଓ ୩ ଜଣ କର୍ପୋରେଟର ସାମିଲ ଅଛନ୍ତି ।ସେହିପରି ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଯାଇଛି ଏହି ଟିମ |

ବାଙ୍ଗାଲୁର ଯିବାର ମୁଖ୍ୟ କାରଣ ହେଉଛି ବିଭିନ୍ନ ଜଳଉତ୍ସର ସଂରକ୍ଷଣ, ବିକାଶ ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କିତ ପ୍ରକଳ୍ପ ପରିଦର୍ଶନ କରିବ ଟିମ୍ ।  ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମରେ ବିଭିନ୍ନ ଜଳଉତ୍ସର ବିକାଶ ପାଇଁ ଆର୍ଥିକ ଅନୁଦାନ ଦେଇଛନ୍ତି । ତେବେ ଆସନ୍ତା ରବିବାର ଫେରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଟିମର ଏହି ଗସ୍ତ ନିଶ୍ଚିତ କାର୍ଯ୍ୟକ୍ଷମ ହେବବୋଲି ମେୟର ଓ କମିଶନର ଆଶା ରଖିଥିବା କହିଛନ୍ତି |