ଭୁବନେଶ୍ୱର: ସୋମବାରଠାରୁ ରାଜଧାନୀର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହା ପୂର୍ବରୁ ବିଏମସି କୋଭିଡ କଟକଣାକୁ ନେଇ ସତର୍କ କରିବା ସହ କଡା ଆଭିମୁଖ୍ୟ ପୋଷଣ କରିଛି । କଟକଣାର ଉଲ୍ଲଙ୍ଘନ ହେଲେ ସଂସ୍ଥାକୁ ସିଲ କରାଯିବା ସହ ମୋଟା ଜାରିମାନା ଆଦାୟ କରାଯିବ । ପୁଲିସ ଓ ଏନଫେ।।ର୍ସମେଣ୍ଟ ଟିମ କାର୍ଯ୍ୟାଳୟ ଉପରେ ଚଢାଉ ଚଳାଇବେ ଓ ନିୟମରେ ଉଲ୍ଲଙ୍ଘନ ହୋଇଥିଲେ ଫାଇନ ସହ ସିଲ ମଧ୍ୟ କରାଯାଇପାରେ ।
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେଣୁ ଆଜିଠାରୁ ସମସ୍ତ ସରକାରୀ ଓ ବେସରକାରୀ ଦଫ୍ତର ହୋଇବାକୁ ଯାଉଛି । ତେବେ କାର୍ଯ୍ୟଳୟକୁ ଆସୁଥିବା କର୍ମଚାରୀଙ୍କୁ କୋଭିଡ କଟକଣା କଡାକଡି ପାଳନ କରିବାକୁ କୁହାଯାଇଛି । ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ ସାନିଟାଇଜେସନ ଓ ହାତ ସଫା କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । କଟକଣା ପାଳନକୁ ତଦାରଖ କରିବାକୁ ବିଏମସି ଏନଫୋର୍ସମେଣ୍ଟ ଟିମ ଓ କମିଶନରେଟ ପୁଲିସର ମିଳିତ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ସୋମବାରଠାରୁ ବିଭିନ୍ନ କାର୍ଯ୍ୟାଳୟରେ ଅଚାନକ ଚଢାଉ କରିବା ସହ କଟକଣା ପାଳନ ହେଉନଥିବା ସଂସ୍ଥ।।କୁ ଜରିମାନା କରିବା ସହ ଆବଶ୍ୟକ ପଡିଲେ ସିଲ ମଧ୍ୟ କରିପାରିବ ।