ଭୁବନ/କଳ୍ପତରୁ ଜେନା: ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ସେବା ସମବାୟ ସମିତିରେ ଆଜି ଅନୁଷ୍ଠିତ ହୋଇଛି ବୋର୍ଡ ବୈଠକ । ନବ ନିର୍ବାଚିତ ସେବା ସମବାୟ ସମିତିର ସଭାପତି ପୁଷ୍ପଲତା ରାଉତଙ୍କ ଅଧ୍ୟକ୍ଷତାରେ ଉପସଭାପତିଙ୍କ ସମେତ ପନ୍ଦର ଜଣ ଡାଇରେକ୍ଟର ଯୋଗଦେଇଥିଲେ । ଏହି ବୈଠକରେ ଚାଷୀମାନଙ୍କର ସମସ୍ତ ସୁବିଧା ସୁଯୋଗ ଓ ଅସୁବିଧାର ଏବଂ ଖାଲି ପଡିଥିବା ଜମିରେ କିପରି ଚାଷ କରାଯାଇପାରିବ ସେଥିପାଇଁ ବିଶେଷ ଧ୍ୟାନ ଦେବା ସହିତ ମଣ୍ଡିରେ ଦଲାଲମାନଙ୍କୁ କିପରି ରୋକା ଯାଇପାରିବ ସେଥିପାଇଁ ବିଶେଷ ରଣନିତୀ ପ୍ରସ୍ତୁତ ସେବା ସମବାୟ ତରଫରୁ କରାଯିବ । ଚାଷୀମାନଙ୍କର ଦୁଃଖ ଦୂର କରିବା ପାଇଁ ଛୋଟ ପ୍ରୟାସ ବୋଲି କହିଛନ୍ତି ।