ଧୀବରଙ୍କ ନିରାପତ୍ତା ପାଇଁ ନୂଆ ଡ଼ଙ୍ଗା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସାଧାରଣତଃ ସାମୁଦ୍ରିକ ଝଡ଼ ଆସିଲେ ଧୀବର ମାନେ ଭୟଭୀତ ହୋଇଥାନ୍ତି । କାରଣ ଝଡ଼ ତୋଫାନ ଦ୍ୱାରା ତାଙ୍କର ଜୀବିକା ନିର୍ବାହ ଡ଼ଙ୍ଗା କ୍ଷତିଗ୍ରସ୍ତ ହୋଇଥାଏ । ଏହି ଡ଼େଙ୍ଗା ଉପରେ ପରିବାରର ଭରଣ ପୋଷଣ ନିର୍ଭର କରିଥାଏ । ତେଣୁ କରି ଏପରି ସମୟରେ କିପରି ଡ଼ଙ୍ଗାକୁ ସୁରକ୍ଷିତ ରଖାଯାଇପାରିବ ସେନେଇ ଆରମ୍ଭ ହୋଇଛି ଉଦ୍ୟମ ।
ଧୀବରଙ୍କୁ ସୁରକ୍ଷିତ ରଖିବା ଲାଗି ସ୍ୱଦେଶୀ ବୈଷୟିକ ଜ୍ଞାନ କୌଶଳରେ ବିକଶିତ ନୂଆ ଧଙ୍ଗାର ପ୍ରଚଳନ ଆରମ୍ଭ ହୋଇଛି । ଏହି ଡ଼ଙ୍ଗାକୁ ସି ଡ୍ରାଗନ ୪୪ ଭାବେ ନାମିତ କରାଯାଇଛି । ଏହାର ଏକ ବିଶେଷତ୍ୱ ହେଉଛି ଏହା ଶସ୍ତା । ଏହା ସାଧାରଣ ଧୀବରଙ୍କ ପାଇଁ ଉଦ୍ଦିଷ୍ଟ । ଟେଫ ମୋଟର୍ସ ଆନଡ଼୍ ଟ୍ରାକ୍ଟର୍ସ ଲିମିଟେଡ଼୍ ସହାୟତାରେ ସାଉଥ ଇଣ୍ଡିଆନ ଫେଡ଼ରେସନ ଅଫ୍ ଫିସର୍ମେନ ସୋସାଇଟିକ ଏହି ଡ଼ଙ୍ଗା ତିଆରିକରୁଛି । ଏହାର ଲମ୍ବ ଚଉରାଳିଶ ମିଟର ଏବଂ ଏହାର ନିମ୍ନାଂଶ ପଲିୟୁରିଥେନ ଫୋମ୍ରେ ତିଆରି । ଏହି ସାମଗ୍ରୀରେ ତିଆରିହୋଇଥିବାରୁ ଝଡ଼ ସମୟରେ ସହଜରେ ବୁଡ଼ିବନାହିଁ । ଭାସମାନ ରହିବ । ଫାଇବରବ୍ଲାସ ପୋତ ତୁଳନାରେ ଏହା ଅଧିକ ନିରାପଦ । ଏଥିରେ ଲାଗିଛି କେତେକ ଜୀବନ ରକ୍ଷାକାରୀ ଯନ୍ତ୍ରାଂଶ, ମାଛ ଠାବ କରିବା ଯନ୍ତ୍ର ଓ ଆଲୋକ ସୌର ଶକ୍ତି ଚଳିତ । ଏହା ଗଭୀର ସମୁନ୍ଦ୍ରରେ ଯାତ୍ରା କରିପାରିବ । ଆଗାମୀ ଦିନରେ ଏହି ପ୍ରକାରର ଅପେକ୍ଷାକ୍ୟତ ଛୋଟ ଡ଼ଙ୍ଗା ନିର୍ମାଣ କରାଯିବ ।