ମୃତ ଶରୀର ବଦଳରେ ଆସିପାରିବେ ୧୦ ଭାରତୀୟ : ବିଜେପି ଏମ୍‌ଏଲ୍‌ଏ

0

ବେଙ୍ଗାଲୁ : ଋଷ – ୟୁକ୍ରେନ ଯୁଦ୍ଧ ବଭିଷାକାକୁ ପୁରିଲା ଆଠ ଦିନ । ଏହାରି ଭିତରେ ଚାଲିଗଲାଣି ଦୁଇଜଣ ଭାରତୀୟଙ୍କ ଜୀବନ । ଅପରେସନ ଗଙ୍ଗା ଦ୍ୱାରା ଭରତ ସରକାର ୧୮ ହଜାର ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଫେରାଆଣିଥିଲେ ମଧ୍ୟ ମୃତ ଛାତ୍ରଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇନାହିଁନ୍ତି । ତେବେ ଏହାରି ଭିତରେ ବିଜେପି ଏମ୍‌ଏଲ୍‌ଏ ଅରବିନ୍ଦ ବେଲ୍ଲାଦ ଦେଇଛନ୍ତି ବିବାଦୀୟ ବୟାନ ।
ଅରବିନ୍ଦ ବେଲ୍ଲାଦ କହିଛନ୍ତି ବିମାନ ସହାଯ୍ୟରେ ଗୋଟିଏ କୋଫିନକୁ ଆଣିବାରେ ଯେତିକି ଜାଗାର ଆବଶ୍ୟକତା ରହିଥାଏ ସେହି ସ୍ଥାନରେ ୮ ରୁ ୧୦ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇ ପାରିବ । ମୃତ ନବୀନଙ୍କ ପରିବାର ମୃତ ଶରୀରକୁ ଭାରତ ଫେରାଇ ଆଣିବାକୁ ଅପିଲ କରିବା ପରେ ଏପରି ବିବାଦୀୟ ମନ୍ତବ୍ୟ ରଖିଛନ୍ତି ବିଜେପି ଏମ୍‌ଏଲ୍‌ଏ ଅରବିନ୍ଦ । ଅରବିନ୍ଦ ବେଲ୍ଲାଦ ହୁବଲି ଧାରୱାଦ କନ୍‌ଷ୍ଟିଚୁଏନ୍‌ସି ର ହୋଇଥିବା ବେଳେ ଭାରତ ସରକାର ମୃତ ଶରୀରକୁ ଫେରାଇ ଆଣିବାକୁ ସମ୍ପୁର୍ଣ୍ଣ ଚେଷ୍ଟା କରୁଥିବା କଥା କହିଛନ୍ତି । ଖୁବ୍ ଶିଘ୍ର ନବୀନଙ୍କ ମୃତ ଦେହ ତାଙ୍କ ହାବେରି ସ୍ଥିତ ବାସଭବନକୁ ଫେରାଇ ଅଣାଜିବ ।
ଆଉ ଆହୁରି ମଧ୍ୟ କହିଛନ୍ତି ଜିବୀତ ଥିବା ଭାରତୀୟଙ୍କୁ ୟୁକ୍ରେନ ଯୁଦ୍ଧ ଭୂମିରୁ ଫେରାଇ ଆଣିବାଲାଗି ସରକାର କଠିିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତିରେ ମୃତ ଶରୀରଙ୍କୁ ଫେରାଇ ଆଣିବା ଆହୁରୀ ଦୁର୍ବିସହ କାମ । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ପୁଣ୍ଣ ର୍ ଚେଷ୍ଟା ଜାରି ରଖିଥିବା ମଧ୍ୟ କହିଛନ୍ତି । ମୃତ ନବିନଙ୍କ ପିତା ଶିଖରବ୍ୱା ଜ୍ଞାନଗଉଡା କହିଛନ୍ତି ତାଙ୍କ ପୁଅର ମୃତ ଶରୀରକୁ ୨ ଦିନରେ ଫେରାଇ ଆଣିବାକୁ ମୋଦି ଏବଂ କର୍ଣ୍ଣାଟକ ସରକାର ବୋସବରାଜ ବୋମାଇ କହିଛନ୍ତି । ୨୧ ବର୍ଷିୟ ନବୀନ ଖାରକିଭ ନେସନାଲ ମେଡିକାଲ ୟୁନଭରସିଟିରେ ଅଧ୍ୟୟନ କରୁଥିଲେ । ଯୁଦ୍ଧ ସମୟରେ ସେ ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିବା ବେଳେ ଋଷିୟ ସୌନିକଙ୍କ ଗୁଲିରେ ପ୍ରାଣ ହରାଇଥିଲେ ।