ରେଳ ଲାଇନରୁ ମିଳିଲା ଯୁବକ-ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ: ଆତ୍ମହତ୍ଯା ସନ୍ଦେହ !

0

ସମ୍ବଲପୁର: ରେଳ ଲାଇନରୁ ମିଳିଲା ଯୁବକ-ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ବୁର୍ଲା ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ଯା ସନ୍ଦେହ । ସମ୍ବଲପୁର ବୁର୍ଲା କଣ୍ଟାପାଲି ରେଲୱେ ଲାଇନର ଓଭରବ୍ରିଜ ତଳେ ପଡିଛି ମୃତଦେହ । ଟ୍ରେନ ଲାଇନରେ କଟି ପ୍ରେମୀ ଯୁଗଳଙ୍କ ମୃତ୍ଯୁ ହୋଇଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ନିକଟରେ ଗୋଟିଏ ହେଲମେଟ ଓ ବାଇକ୍ ରଖାଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳ ନିକଟରୁ ଗୋଟିଏ ଲାଲ ରଙ୍ଗର ପ୍ୟାସନ-ପ୍ରୋ, ହେଲମେଟେ ଓ ଡାଏରୀକୁ ଜବତ୍ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଓ ମୃତ ଯୁବକ ଯୁବତୀଙ୍କ ପରିଚୟ ମିଳିପାରିନି । ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।