ଋଷିକୂଲ୍ୟାରୁ ମିଳିଲା ନାବାଳକଙ୍କ ମୃତ ଦେହ

ଋଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ କୃଷ୍ଣ

0

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଦୁଇଦିନ ପରେ ଉଦ୍ଧାର ହେଲା ମୃତ ଦେହ । ଋଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ କୃଷ୍ଣ । ଏହି ଅଘଟଣଟି ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ନଦୀରେ । ଦୁଇ ଦିନ ତଳେ ଭାସି ଯାଇ ନିଖୋଜ ଥିବା ନାବାଳକ କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ବଡ଼ମାଧପୁର ବାଲି ଘାଟ ନିକଟରେ ମିଳିଛି। ଛତ୍ରପୁର ଅଗ୍ନିଶମ ବିଭାଗ ଗୁରୁବାର କୃଷ୍ଣଙ୍କ ମୃତଦେହ ଉଦ୍ଧାର କରିଛି।

୨୫ ତାରିଖରେ ଋଷିକୂଲ୍ୟାରେ ଗାଧୋଉଥିବା ବେଳେ ଅଘଟଣ ଘଟିଥିଲା। ଷୋଳଘର ଗ୍ରାମର କାହ୍ନୁ ମହାନ୍ତି (୧୩) ଓ କୃଷ୍ଣ ମହାନ୍ତି (୧୫) ଋଷିକୂଲ୍ୟ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ସାନ ଭାଇ ନଦୀ ସ୍ରୋତରେ ଭାସି ଯାଉଥିଲା ସମୟରେ ବଡ଼ ଭାଇ କୃଷ୍ଣ ଉଦ୍ଧାର କରିବାକୁ ଯାଇ ଭାସି ଯାଇଥିଲେ। ଦୁହେଁ ଭାସି ଯାଉଥିଲା ବେଳେ ଜଣେ ମହିଳା ସାନ ଭାଇ କାହ୍ନାଙ୍କୁ ଉଦ୍ଧାର କରିଥିଲା ବେଳେ ବଡ଼ଭାଇ କୃଷ୍ଣ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ମିଳିଛି।