ଜଳଖିଆ ପାଇଁ ବୋହୁକୁ ହତ୍ୟା

0

ବ୍ୟୁରୋ: ମହାରାଷ୍ଟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ହୁଦୟ ବିଦାରକ । ଗତକାଲି ସକାଳେ ରାବେଡି ନିବାସୀ ୭୬ବର୍ଷିୟ କାଶୀନାଥ ପାଟିଲ ତାଙ୍କ ୪୨ ବର୍ଷିୟ ବୋହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଗୁଳି ମାଡର କାରଣ ଜାଣିଲେ ଆପଣ ମଧ୍ୟ ହତବାକ ହୋଇଯିବେ ।ପୋଲିସ କହିବାନୁଯାୟୀ ସକାଳ ଜଳଖିଆ ଦେବାକୁ ଡେରି କରିବାରୁ ଏ ଘଟଣା ଘଟିଛି । ଏହି ଘଟଣାରେ ମହିଳାଙ୍କ ପେତରେ ଗୁଳି ବାଜିଥିଲା , ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା କିନ୍ତୁ ଶୁକ୍ରବାର ତାଙ୍କର ମୁତ୍ୟୁ ହୋଇଛି । ଅଭିଯୁକ୍ତ ଶଶୁରକୁ ପୋଲିସ ଖୋଜିବା ଆରମ୍ଭ କରିଛି ।

ରାବେଡି ପୋଲିସର ସୁଚନାନୁଯାୟୀ ଗୁରୁବାର ଦିନ ୧୧ ସମୟରେ ଏହି ଘଟଣା ଘଟିଛି, ମୂତ ମହିଳାଙ୍କ ନାମ ସୀମା ରଜେନ୍ଦ୍ର ପାଟିଲ । ତାଙ୍କର ଏକ ୧୭ ବର୍ଷର ପୁଅ ଅଛି । ସେ ସମସ୍ତଙ୍କ ପାଇଁ ଜଳଖିଆ ରାନ୍ଧୁଥିଲେ , ଶଶୁର ଠିକ ସମୟରେ ଜଳଖିଆ ନ ପାଇବାରୁ ରାଗିଯାଇ ଥିଲେ । ଏବଂ ବହୁ ସାମ୍ନାକୁ ଆସିବା ପରେ ସେ ତାଙ୍କ ରିଭଲବଲ ବାହାର କରି ପେଟରେ ଗୁଳି ଚଳାଇ ଦେଇଥିଲେ । ତେବେ ଏହା ହେଉଛି ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ । ଏହି ଘଟଣା ସମୟରେ ତାଙ୍କ ଘର ଲୋକ ସମସ୍ତେ ଉପସ୍ଥିତ ଥିଲେ ।