କଂଗ୍ରେସ ପକ୍ଷରୁ ଏକ କର୍ମିସମ୍ମିଳନୀ ଅନୁଷ୍ଠିତ

0

(ସୁରେଶ କୁମାର ସାମନ୍ତରାୟ):  ବୋଲଗଡ଼ ସ୍ଥିତ ମା ଭୁଇଁୟାଣୀ ମନ୍ଦିର ନିକଟରେ ଗତକାଲି କଂଗ୍ରେସ ପକ୍ଷରୁ ଏକ କର୍ମିସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପିସିସି ର ମହିଳା ସମ୍ପାଦିକା ଜୟଶ୍ରୀ ପଟ୍ଟନାୟକ ନେତୃତ୍ୟରେ ଅନୁଷ୍ଠିତ ଏହି କର୍ମି ସମ୍ମିଳନୀ ରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଊତ ରାୟ ଯୋଗ ଦେଇଥିଲେ । ସେହିପରି କଂଗ୍ରେସର ପୂର୍ବତନ ଜିଲ୍ଳା ସଭାପତି ତାରା ପଟ୍ଟନାୟକ, ପୂର୍ବତନ ବ୍ଳକ ସଭାପତି ପ୍ୟାରି ମୋହନ ଦାସ, ପାର୍ଟିର୍ର୍ର କୃଷକ ସଭାପତି ବନମାଳି ସେନାପତି,ସନ୍ତୋଷ କୁମାର ପ୍ରଧାନ, ଗଙ୍ଗାଧର ଦାସ ପ୍ରମୁଖ ସମେତ ୨୫ ନଂ ଜୋନର କମିଟି ମାନେ ଯୋଗ ଦେଇଥିଲେ । ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା,କର୍ମି ଓ ସମର୍ଥକ ଏକଜୁଟ ହୋଇ ବୋଲଗଡ଼ ବ୍ଳକ ଅଂଚଳରେ ଦଳ ପାଇଁ କାର୍ଯ୍ୟ କରିବାକୁ ଜୟଶ୍ରୀ ପଟ୍ଟନାୟଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ ଉପସ୍ଥିତ କର୍ମି ଓ ନେତାମାନେ ଦଳୀୟ ସଂଗଠନକୁ ଆଗେଇ ନେଇ ଜନସାଧାରଣଙ୍କ ନିକଟରେ ପ୍ରସ୍ତାବ ଦେବା ସହିତ ଆଲୋଚନା କରିଥିଲେ ।