ବୋଲଗଡରେ ପଲିଥିନି ମୁକ୍ତ କାର୍ଯ୍ୟକ୍ରମ

0

(ସୁରେଶ କୁମାର ସାମନ୍ତରାୟ ) : ବୋଲଗଡ ବ୍ଲକ୍ ଶ୍ରୀ ତାରେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ପଲିଥିନି ମୁକ୍ତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ବୋଲଗଡ ବିଡିଓ ମଧୁସୁଦନ ବେହେରା ଉଦଘାଟନ କରିଥିଲେ । ପଲିଥିନ ମୁକ୍ତ କରି ସ୍ୱଚ୍ଛ ଓ ପରିମଳ ପରିବେଶ ସୃଷ୍ଟି କରିବାକୁ ସମସ୍ତେ ଶପଥ ନେଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚଞ୍ଚ ମାଧବ ଚନ୍ଦ୍ର ବିଶ୍ୱାଳ, ସିମାଞ୍ଚଳ ଖଣ୍ଡାଇ, ଅକ୍ଷୟ ପଟ୍ଟନାୟକ ଏବଂ ଦୟାନିଧି ସୁବୁଦ୍ଧି ଉପସ୍ଥିତ ରହି ଲୋକମାନଙ୍କୁ ପଲିଥିନ ନିବାରଣ ପାଇଁ ବୁଝାଇଥଲେ ।