ଆରପାରିରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତା ପି.ଖୁରାନା

0

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତା ପି ଖୁରାନାଙ୍କ ଦେହାନ୍ତ ହୋଇଛି । ଆଜି ଅପରାହ୍ନରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ହେବ ହୃଦରୋଗରେ ପୀଡିତ ହୋଇ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ହୃଦ୍ରୋଗ ଯୋଗୁଁ ସେ ୨ଦିନ ହେଲାଣି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦେହାନ୍ତ ପରେ ଆଜି ସନ୍ଧ୍ୟା ପ୍ରାୟ ୫.୩୦ରେ ତାଙ୍କର ଅନ୍ତିମସଂସ୍କାର କରାଯିବ। ଆୟୁଷ୍ମାନ ଖୁରାନାଙ୍କ ପିତା ତଥା ପ୍ରସିଦ୍ଧ ଜ୍ୟୋତିଷ ପି ଖୁରାନା ଶୁକ୍ରବାର ସକାଳେ ମୋହାଲିରେ ଦେହାନ୍ତ କରିଛନ୍ତି। ଆୟୁଷ୍ମାନ ଖୁରାନା ତାଙ୍କ ପିତାଙ୍କୁ ବହୁତ ଭଲ ପାଉଥିଲେ। ଆୟୁଷ୍ମାନ ଖୁରାନାଙ୍କ ଭାଇ ତଥା ବଲିଉଡ ଅଭିନେତା ଅପାରଶକ୍ତି ଖୁରାନାଙ୍କ ମୁଖପାତ୍ର ଏକ ବିବୃତ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛନ୍ତି।
ଜ୍ୟୋତିଷ ପି ଖୁରାନା ତାଙ୍କ କ୍ଷେତ୍ରରେ ବହୁତ ପ୍ରସିଦ୍ଧ ଥିଲେ। ଆୟୁଷ୍ମାନ ଖୁରାନାଙ୍କ କ୍ୟାରିୟର କରିବାରେ ତାଙ୍କର ମଧ୍ୟ ଏକ ବଡ଼ ହାତ ଥିଲା। ଯେତେବେଳେ ଆୟୁଷ୍ମାନ ବହୁତ ଛୋଟ ଥିଲେ, ସେ ମୁମ୍ବାଇ ଯାଇ କହିଥିଲେ ଯେ ତାଙ୍କ ପୁଅ ଏକ ବଡ ଅଭିନେତା ହେବ । ଆୟୁଷ୍ମାନ ଖୁରାନା ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କ ପିତା ପି ଖୁରାନା ହିଁ ଅଭିନେତାଙ୍କ ନାମର ବନାନ ପରିବର୍ତ୍ତନ କରି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ କହିଥିଲେ। ବାପା ଜାଣିଥିଲେ ଯେ ପୁଅ ଆୟୁଷ୍ମାନର କ୍ୟାରିଅର ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ଏବଂ ସଫଳ ହେବାକୁ ଯାଉଛି।