ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିଥିଲେ ଉଦିତ୍

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବଲିଉଡ ସିଙ୍ଗର ଉଦିତ୍ ନାରାୟଣ । ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିଥିଲେ ଉଦିତ୍ । ଏହି ସାକ୍ଷାତକାର ବେଳେ ଉଭୟଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା । ଉଦିତ ନାରାୟଣଙ୍କ ସହ ତାଙ୍କର ଧର୍ମ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ଦୁହେଁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଜର୍ସି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ଡଟଫେଷ୍ଟ କାର୍ୟ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ବର ଆସିଥିଲେ ଉଦିତ । ଅନ୍ୟପଟେ ବଲିଉଡ୍ ଅଭିନେତା ଅନୁପମ୍ ଖେର ମଧ୍ୟ ନବୀନଙ୍କୁ ଭେଟି କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ତାଙ୍କୁ ମଧ୍ୟ ଏକ ହକି ଜର୍ସି ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ ।