ଇରାନୀ ବିମାନରେ ବୋମା

0

ନୂଆଦିଲ୍ଲୀ : ଯାତ୍ରୀବାହୀ ବିମାନରେ ବୋମା । ଚୀନ ଯାଉଥିବା ଇରାନର ଏକ ଯାତ୍ରୀବାହୀ ବିମାନରେ ବୋମା ଥିବା ସୂଚନା ରହିଛି । ଭାରତୀୟ ବାୟୁସୀମା ଭିତରେ ଥିବା ବେଳେ ଇରାନୀ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା । ମଝି ଆକାଶରେ ଥିବା ଇରାନୀ ବିମାନରେ ବୋମା ରହିଥିବା ସୂଚନା ମିଳିବା ପରେ ବିମାନ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ବିମାନଟି ଭାରତୀୟ ବାୟୁସୀମାରେ ଥିବାରୁ ବାୟୁସେନାର ଦୁଇଟି ଲଢୁଆ ଯାତ୍ରୀବାହୀ ବିମାନକୁ ଭ୍ରମଣ ବନ୍ଦ କରିବା କଥା କହିଥିଲେ । ତେବେ ସେହି ବିମାନଟି ନୂଆଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇବା ପାଇଁ ପରାମର୍ଶ ମାଗିଥିଲା । ହେଲେ ଭାରତ ଏଥିପାଇଁ ପରାମର୍ଶ ଦେଇନଥିଲା । କେଉଁ କାରଣରୁ ଇରାନୀ ବିମାନକୁ ଜରୁରୀକାଳିନ ଅବତରଣ ପାଇଁ ଅନୁମତି ମିଳିନଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଏହି ଖବର ପାଇ ପଞ୍ଜାବ ଓ ଯୋଧପୁର ବାୟୁସେନା ବୋମାଥିବା ଇରାନୀ ବିମାନ ପିଛା କରିବା ସହିତ ପ୍ରୋଟେକସନ ମଧ୍ୟ ଦେଇଥିଲେ । ତେବେ ବର୍ତ୍ତମାନ କୌଣସି ପ୍ରକାର ଡ଼ର ନାହିଁ ଭାରତ ପାଇଁ । ଏହି ପରିପ୍ରେକ୍ଷୀରେ ଲାହୋର ଏୟାର ଟ୍ରାଫିକ କଣ୍ଟ୍ରୋଲର କହିଛନ୍ତି ଏହା ଦିଲ୍ଲୀ ଏଟିସି ଉପରେ ବୋମା ଧମକ ଦିଆଯାଇଥିଲା ଯାହା ଟଳିଯାଇଛି ।